ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଡିସେମ୍ବର ୧୭ ତାରିଖରେ ଓଟିଇଟି ପରୀକ୍ଷା

0

ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଡିସେମ୍ବର ୧୭ ତାରିଖରେ ଓଟିଇଟି-୨୦୨୫ ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଦୁଇଟି ସିଟିଂରେ ପରୀକ୍ଷା କରାଯିବ।
ନଭେମ୍ବର ୧୨ ତାରିଖଠାରୁ ପରୀକ୍ଷା ପାଇଁ ଅନଲାଇନରେ ଆବେଦନ ଆରମ୍ଭ ହେବ। ଆବେଦନ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୨୫ ତାରିଖ। ଆଶାୟୀ ପ୍ରାର୍ଥୀମାନେ BSEର ଅଫିସିଆଲ୍ ୱେବସାଇଟ୍‍କୁ ଯାଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଅନଲାଇନ୍ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶାବଳୀ, ପ୍ରାର୍ଥୀଙ୍କ ପ୍ରଯୁଜ୍ୟତା, ଯୋଗ୍ୟତା ଏବଂ ଯୋଗ୍ୟତା ମାନଦଣ୍ଡ, ପାଠ୍ୟକ୍ରମ ଏବଂ ନିରନ୍ତର ପ୍ରମାଣପତ୍ର ପାଇଁ ଫର୍ମାଟ୍ ସମ୍ବଳିତ ନିର୍ଦ୍ଦେଶାବଳୀ (www.bseodisha.ac.in) ୱେବସାଇଟ୍ ରେ ଉପଲବ୍ଧ।

Leave A Reply

Your email address will not be published.