ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

୩ ଦିନ ପାଇଁ ଲାଲକିଲ୍ଲା, ମେଟ୍ରୋ ଓ ଚାନ୍ଦନୀ ଚୌକ ବନ୍ଦ

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସୋମବାର ଏକ ଜୋରଦାର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ଶବ୍ଦରେ ପୁରା ଦିଲ୍ଲୀରେ ଆତଙ୍କ ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଲାଲକିଲ୍ଲାକୁ ମଧ୍ୟ ତିନି ଦିନ ପାଇଁ ବନ୍ଦ ରଖାଯାଇଛି।

ସୂଚନା ଅନୁଯାୟୀ, ସୁରକ୍ଷା ଦୃଷ୍ଟିରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଆଗାମୀ ତିନି ଦିନ ପାଇଁ ଲାଲକିଲ୍ଲାକୁ ବନ୍ଦ କରିଦେଇଛି। ପର୍ଯ୍ୟଟକ ଏବଂ ସାଧାରଣ ନାଗରିକଙ୍କୁ ଏହାର ପରିସରରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ଦିଲ୍ଲୀ ଟ୍ରାଫିକ୍ ପୋଲିସ ଜନସାଧାରଣଙ୍କ ସୁରକ୍ଷା ପାଇଁ ସୁଭାଷ ମାର୍ଗର ଉଭୟ ପାର୍ଶ୍ୱକୁ ବନ୍ଦ କରିଦେଇଛି। ଚଟ୍ଟା ରେଳ କଟରୁ ସୁଭାଷ ମାର୍ଗ କଟ ପର୍ଯ୍ୟନ୍ତ କୌଣସି ଯାନବାହାନ ଯାତ୍ରା କରିବାକୁ ଅନୁମତି ନାହିଁ। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି ଜଣାପଡିଛି। ଏହି ସମୟରେ ଦିଲ୍ଲୀ ଟ୍ରାଫିକ୍ ପୋଲିସ କୌଣସି ପ୍ରକାର ଅସୁବିଧା ଏଡାଇବା ପାଇଁ ଯାତ୍ରୀମାନଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ଦିଲ୍ଲୀ ପୋଲିସ ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରିଛି। ଇଣ୍ଡିଆ ଗେଟ୍, ସଂସଦ ଭବନ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ମଧ୍ୟ କଡ଼ା ଯାଞ୍ଚ କରାଯାଉଛି। ଯେକୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ରିପୋର୍ଟ କରିବାକୁ ପୋଲିସ ଲୋକଙ୍କୁ ଅନୁରୋଧ କରିଛି।

ଉଲ୍ଲେଖଯୋଗ୍ୟ, ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଗତ ସୋମବାର ସନ୍ଧ୍ୟାରେ ଏକ କାରରେ ଜୋରଦାର ବିସ୍ଫୋରଣ ହୋଇଥିଲା। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ପୋଲିସ, ଫୋରେନସିକ୍ ଟିମ୍ ଏବଂ ଏକ ବୋମା ନିଷ୍କ୍ରିୟକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.