ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଏଏସଓ ପରୀକ୍ଷା ବାତିଲ

0

ନ୍ୟୁଜ୍ ବ୍ୟୁରୋ: ବାତିଲ୍ ହେଲା ଏଏସଓ ପରୀକ୍ଷା। ଜୁଲାଇ ୧୩ରେ ହୋଇଥିବା ଏଏସ୍‌ଓ ପରୀକ୍ଷାକୁ ବାତିଲ କରାଯାଇଛି। ପୁଣି ସାନି ପରୀକ୍ଷା ଡିସେମ୍ବର ୭ରେ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଅନିୟମିତତା ନେଇ ହାଇକୋର୍ଟ ସନ୍ଦେହ କରିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି।

ପରୀକ୍ଷା ପରିଚାଳନା ପାଇଁ ଯେଉଁ ଏଜେନ୍ସିକୁ ଦାୟିତ୍ୱ ଦିଆ ଯାଇଥିଲା, ସେମାନଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ହାଇକୋର୍ଟ। ତେଣୁ ଏହାକୁ ବାତିଲ୍ କରାଯାଇଥିବା ନେଇ ଓଡ଼ିଶା ହାଇକୋର୍ଟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଆସନ୍ତା ଡିସେମ୍ବର ୭ ତାରିଖରେ ପୁଣି ମୁଖ୍ୟ ଲିଖିତ ପରୀକ୍ଷା କରାଯିବ ନେଇ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ଏଏସ୍‌‌ଓ ପଦରେ ନିଯୁକ୍ତି ଲାଗି ପ୍ରାଥମିକ ପରୀକ୍ଷାରେ ୭,୧୧୩ ଜଣ ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷାକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଏହି ପରୀକ୍ଷାକୁ ସିଲିକନ୍‌ ଟେକ୍‌ କରୁଥିବାରୁ ଅନିୟମିତତା ନେଇ ହାଇକୋର୍ଟଙ୍କ ସନ୍ଦେହ ବଢିଥିଲା। ତେଣୁ ୧୩ରେ ହୋଇଥିବା ପରୀକ୍ଷାକୁ ପୁଣି ଆଉ ଥରେ ୭ରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ଦାୟିତ୍ୱ ସିଲିକନ୍‌ ଟେକ୍‌ ସଂସ୍ଥା ପରିଚାଳନା କରୁଥିଲା। ତେଣୁ ଏଥିରେ ସିଲିକନ୍‌ କିଛି ଜାଲିଆତି କରିଥାଇ ପାରେ ବୋଲି କୋର୍ଟ ସନ୍ଦେହ କରି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ବିବାଦ ହେବା ଆଗରୁ ଏହି ପରୀକ୍ଷାକୁ ବାତିଲ କରାଯାଇଛି। ଏସ୍‌ଆଇ ପରୀକ୍ଷା ପୂର୍ବରୁ ସିଲିକନ୍‌ ଟେକ୍‌ ସଂସ୍ଥାର ପ୍ରମୋଟର ସୁରେଶ ଏବଂ ପଞ୍ଚସଫ୍ଟ ସଂସ୍ଥାର ମାଲିକ ଶଙ୍କର ସହମିଶି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ କରାଇଥିଲେ। ପିଲାଙ୍କୁ କଲିକତା, ହାଇଦ୍ରାବାଦ ଆଦି ସହରକୁ ନେଇ ଅଭ୍ୟାସ କରାଉଥିଲେ। ତେଣୁ ଏଏସ୍‌ଓ ପରୀକ୍ଷାରେ ଏଭଳି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଇ ପରୀକ୍ଷାକୁ ବାତିଲ କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.