ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଦିଲ୍ଲୀ ବିସ୍ଫୋରଣ ଏକ ଆତଙ୍କବାଦୀ ଆକ୍ରମଣ

0

ନୂଆ ଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS)ର ଏକ ବୈଠକ ଡାକିଥିଲେ। କ୍ୟାବିନେଟ ଦିଲ୍ଲୀ ବିସ୍ଫୋରଣକୁ ନିନ୍ଦା କରିବା ଏବଂ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ପ୍ରସ୍ତାବ ପାରିତ କରିଛି। ଏଥିସହ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୈଠକରେ ଦିଲ୍ଲୀ କାର୍ ବିସ୍ଫୋରଣକୁ ଜଘନ୍ୟ ଆତଙ୍କୀ ଘଟଣା ବୋଲି କୁହାଯାଇଛି। କ୍ୟାବିନେଟ୍ ଏହାର ଶୀଘ୍ର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କେନ୍ଦ୍ର ସରକାର ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣକୁ ଏକ ଆତଙ୍କବାଦୀ ଘଟଣା ବୋଲି କହିଛି ଓ ଏହା ଉପରେ ଗଭୀର ଶୋକ ବ୍ୟକ୍ତ କରି ପୀଡ଼ିତ ପରିବାର ପ୍ରତି ସମବେଦନା ଜଣାଇଥିଲା। ଏହା ସହ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା।

କ୍ୟାବିନେଟ୍ ଶୀଘ୍ର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କହିଛନ୍ତି ଯେ ଦୋଷୀମାନଙ୍କୁ ଶୀଘ୍ର ଚିହ୍ନଟ କରାଯିବ। ବିଳମ୍ବ ନକରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଉପସ୍ଥିତ ଥିଲେ। ବୈଠକରେ ଦିଲ୍ଲୀ ବିସ୍ଫୋରଣର ତଦନ୍ତ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକର ରିପୋର୍ଟ ଉପରେ ଆଲୋଚନା ହୋଇଥିଲା। କ୍ୟାବିନେଟ୍ ବୈଠକରେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଉପରେ ଆଲୋଚନା ହୋଇଥିଲା। କ୍ୟାବିନେଟ ବୈଠକ ପରେ ପ୍ରଧାନମନ୍ତ୍ରୀ ପ୍ରାୟ ଅଧ ଘଣ୍ଟା ଧରି ଗୃହମନ୍ତ୍ରୀ ଶାହଙ୍କ ସହ ଏକ ପୃଥକ ବୈଠକ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରସ୍ତାବ ପାଠ କରି କହିଥିଲେ ଯେ, ନଭେମ୍ବର ୧୦ ତାରିଖରେ ଦେଶ ବିରୋଧୀ ଶକ୍ତିମାନେ ଲାଲକିଲ୍ଲା ନିକଟରେ ଏକ କାର ବୋମା ବିସ୍ଫୋରଣ କରି ଏକ ଘୃଣ୍ୟ ଆତଙ୍କବାଦୀ କାର୍ଯ୍ୟ କରିଥିଲେ। ଆକ୍ରମଣରେ ମୃତକଙ୍କ ପରିବାର ପ୍ରତି କ୍ୟାବିନେଟ୍ ସମବେଦନା ପ୍ରକାଶ କରୁଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ପୀଡିତମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିଥିବା ଚିକିତ୍ସା କର୍ମଚାରୀଙ୍କୁ ମଧ୍ୟ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.