ପ୍ରମୁଖ ଖବର

ଜିଲ୍ଲାପାଳମାନଙ୍କୁ ସିଏମ ମୋହନ ମାଝୀଙ୍କ ୯ଟି ଟାସ୍କ: ଦୁର୍ନୀତି ହଟାଅ, ସଚ୍ଚୋଟ ହୁଅ
ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ନିକଟସ୍ଥ ଏକ ଘରୋଇ ମେସରୁ ମଙ୍ଗଳବାର ଦିନ ଜଣେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ମାଓବାଦୀ ନିହତ

ଜିଲ୍ଲାପାଳମାନଙ୍କୁ ସିଏମ ମୋହନ ମାଝୀଙ୍କ ଟାସ୍କ

0

ଭୁବନେଶ୍ବର: ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଜିଲାପାଳମାନଙ୍କୁ ୯ଟି ଟାସ୍କ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଜିଲ୍ଲାପାଳ-ଏସପି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ଜିଲ୍ଲାପାଳଙ୍କୁ କିଛି ଟାକ୍ସ ଦେଇଛନ୍ତି।
ଦୁର୍ନୀତି ହଟାଅ, ସଚ୍ଚୋଟ ଓ ସାଧୁତା ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ନୀତିରେ ସରରକାର ବଦନାମ ହେଲେ ବରଦାସ୍ତ କରାଯିବନି। ଅଧିକ ଫିଲ୍ଡ ଭିଜିଟ୍‌ କରିବାକୁ ପରାମର୍ଶ ଦେଇଛନ୍ତି। ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ ଦେବାକୁ କହିଛନ୍ତି। ଜିଲାସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ସରକାରୀ ବିଜ୍ଞାପନ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ସୋସିଆଲ ମିଡ଼ିଆ ଜରିଆରେ ସରକାରୀ ସୂଚନା ବ୍ୟାପକ କରନ୍ତୁ ଏବଂ ଗାଦି ମଡା ବାବୁଙ୍କୁ ଚିହ୍ନଟ କରି ବଦଳାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ କାର୍ଯ୍ଯାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.