ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ

0

ନ୍ୟୁଜ୍ ବ୍ୟୁରୋ: ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ। ଆଇଏମ୍‌ଏମ୍‌ସି ପ୍ରବକ୍ତା ଅନନ୍ତ ଓରଫ ବିକାଶ ନାଗପୁର ସମେତ ୧୫ ହାର୍ଡକୋର୍ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଗଡ଼ଚିରୋଲି ଜିଲ୍ଲା ଗୋଁଦିଆ ପୋଲିସ ଆଗରେ ଏମାନେ ଆତ୍ମ ସମର୍ପଣ କରିଛନ୍ତି। ତେବେ ସମସ୍ତଙ୍କ ମୁଣ୍ଡରେ ମୋଟ ୯୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ବେଳେ ଅନନ୍ତ ନାଁରେ ୨୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ଥିଲା। ମାଓବାଦୀମାନେ ବିପୁଳ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ତେବେ ଗତ ଫେବ୍ରୁଆରୀରେ ଅନନ୍ତ ଆତ୍ମସମର୍ପଣ କରିବ ବୋଲି ଘୋଷଣା କରିଥିଲେ।

ଅନ୍ୟପଟେ ମଧ୍ୟପ୍ରଦେଶ-ମହାରାଷ୍ଟ୍ର-ଛତିଶଗଡ ସ୍ପେଶାଲ ଜୋନାଲ କମିଟି (ଏମ୍‌ଏମ୍‌ସି) ନକ୍ସଲ ସଙ୍ଗଠନର ଶତାଧିକ ମାଓବାଦୀ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏମ୍‌ଏମ୍‌ସି ମୁଖପାତ୍ର ତଥା ମାଓନେତା ଅନନ୍ତଙ୍କ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ସେଥିରେ ସେ ଲେଖିଛନ୍ତି ସଙ୍ଗଠନର ଶତାଧିକ ସଦସ୍ୟ ଆସନ୍ତା ଜାନୁଆରୀ ୧ରେ ଆତ୍ମସମର୍ପଣ କରିବେ। ତେଣୁ ବର୍ତ୍ତମାନ ଜାରି ରହିଥିବା ନକ୍ସଲ ଦମନ ଅଭିଯାନକୁ ସେ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସେ ଛତିଶଗଡ଼ ସରକାରଙ୍କ ନିକଟରେ ଅପିଲ କରିଛନ୍ତି।

Leave A Reply

Your email address will not be published.