ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୪୧୪୫ ମନ୍ଦିରର ଅନୁଦାନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର

0

ଭୁବନେଶ୍ୱର: ରାଜ୍ୟର ୪୧୪୫ ମନ୍ଦିରର ଅନୁଦାନ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆଜି ବିଧାନସଭାରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି। ପୂର୍ବାପେକ୍ଷା ଅଢ଼େଇ କୋଟି ଅଧିକ ଅନୁଦାନ ଯୋଗାଇ ଦେଇଛନ୍ତି ସରକାର।

ପୂର୍ବରୁ ଏହା ୫ କୋଟି ଟଙ୍କା ଥିବା ବେଳେ ଏବେ ଏହାକୁ ସାଢ଼େ ୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ଅଢ଼େଇ କୋଟି ଟଙ୍କା ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସେ ଆହୁରି କହିଛନ୍ତି, ଦେବୋତ୍ତର ବିଭାଗ ଅଧୀନରେ ଏବେ ରାଜ୍ୟରେ ୧୮ ହଜାରରୁ ଅଧିକ ମନ୍ଦିର ରହିଛି।

Leave A Reply

Your email address will not be published.