ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ସଂସଦରେ ନାରାବାଜି ଡ୍ରାମା କରନାହିଁ : ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ସୋମବାରଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଦିବ୍ୟଙ୍ଗତ ସାଂସଦଙ୍କ ଉଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ବାଚସ୍ପତି ଓମ୍‌ ବିର୍ଲା। ଦିବ୍ୟଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ୧ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ଭାରତୀୟ ମହିଳା କ୍ରିକେଟ ଦଳ ବିଶ୍ୱ ବିଜୟୀ ହୋଇଥିବାରୁ ଶୁଭେଚ୍ଛା ଜଣାଇଲେ ବାଚସ୍ପତି। ଏଥିରେ ସହମତି ଜଣାଇଥିଲେ ଉପସ୍ଥିତ ସମସ୍ତ ସଦସ୍ୟ। ଏହାପରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହରେ ନାରାବାଜି କରିଛନ୍ତି ବିରୋଧୀ ସଦସ୍ୟ। ପ୍ରବଳ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକାଳ ଚାଲିଛି। ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀଙ୍କୁ ଅପିଲ୍‌ କରିଛନ୍ତି ବାଚସ୍ପତି। ଅଧିବେଶନରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହରେ ପ୍ରବଳ ନାରାବାଜି କରିଛନ୍ତି ବିରୋଧୀ। ପ୍ରବଳ ହଟ୍ଟଗୋଳ ଓ ନାରାବାଜି ପାଇଁ ପ୍ରଶ୍ନକାଳ ଚାଲିପାରିନାହିଁ। ଗୃହକୁ ୧୨ଟା ଯାଏ ମୁଲତବୀ କରିଛନ୍ତି ବାଚସ୍ପତି ଓମ୍‌ ବିର୍ଲା।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି, କିଛି ବିରୋଧୀ ସେମାନଙ୍କ ପରାଜୟକୁ ହଜମ କରିପାରୁନାହାନ୍ତି। ଏହି ପରାଜୟର ରାଗ ଆସି ସେମାନେ ପାର୍ଲାମେଣ୍ଟରେ ଶୁଝାନ୍ତି। ପରାଜୟର ଭୟ ଏଠି ବିତର୍କର କ୍ଷେତ୍ର ନ ହେଉ ବୋଲି ମୋଦି କହିଛନ୍ତି। ଏଥିସହିତ ସେ ବିରୋଧୀଙ୍କୁ ପରାଜୟର ନିରାଶାରୁ ବାହାରିବା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ଡ୍ରାମା କରିବାକୁ ଅନେକ ସ୍ଥାନ ଅଛି, ଏଠି ଡ୍ରାମା ନୁହେଁ ଡେଲିଭରି ଆବଶ୍ୟକ। ସେହିପରି ନାରାବାଜି ପାଇଁ ମଧ୍ୟ ଅନେକ ସ୍ଥାନ ଅଛି ପାର୍ଲାମେଣ୍ଟ ନାରାବାଜିର ସ୍ଥାନ ନୁହେଁ ନୀତି ଓ ଦେଶ ଗଠନରେ ସକାରାତ୍ମକ ଭୂମିକା ଆବଶ୍ୟକ ବୋଲି କହିଛନ୍ତି।

Leave A Reply

Your email address will not be published.