ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

କିଟ୍‌ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ କିଟ୍ ବିଶ୍ବବିଦ୍ୟାଳୟ। କିଟ୍ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ସୋମବାର ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ହଷ୍ଟେଲରୁ ଛାତ୍ରଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ଛାତ୍ର ଛତିଶଗଡର ରାହୁଲ ଯାଦବ ବୋଲି ସୂଚନା ମିଳିଛି । ସେ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷ ଛାତ୍ର ଥିଲେ। ଏନେଇ ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ୍‌ ସିଂହ ପରମାର। ଛାତ୍ର ଜଣଙ୍କ ଜୀବନ ହାରିଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ଇନଫୋସିଟି ଥାନା ପୁଲିସ।

ଛାତ୍ରଙ୍କ ମର ଶରୀରକୁ କିମ୍ସ ହସ୍ପିଟାଲରେ ରଖାଯାଇଛି। ପରିବାର ଲୋକେ ଆସିବା ପରେ ହିଁ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ମୃତ ଛାତ୍ର ଜଣଙ୍କ ଅଗଷ୍ଟ ମାସରେ କିଟ୍‌ ରେ ନାମ ଲେଖାଇ ପାଠ ପଢିବାକୁ ଆସିଥିଲେ । ମାତ୍ର ୪ମାସ ପାଠ ପଢିବା ବେଳେ କାହିଁକି ପ୍ରାଣ ହରାଇଲେ ଛାତ୍ର ତାହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଗତକାଲି ରାତିରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ବେଳେ ଯାଏଁ କିଟ୍‌ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି । ଇନ୍ଫୋସିଟି ଥାନା ପୋଲିସ୍ ମୃତ ଦେହ ଜବତ କରିଥିବା ବେଳେ ତାଙ୍କ ବାପା-ମାଆଙ୍କ ଆସିବାକୁ ଅପେକ୍ଷା କରିଛି। ଘଟଣାକୁ ଚାପି ଦେବା ଲାଗି ପୋଲିସ ପ୍ରଶାସନ ଓ କଲେଜ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଥିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।

କିଟ୍ ରେ ବାରମ୍ବାର ଛାତ୍ରଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟୁଛି। ଗତ ଫେବୃଆରୀ ୧୬ରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମେ ୧ତାରିଖରେ ମଧ୍ୟ ଜଣେ ନେପାଳୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ହଷ୍ଟେଲରେ ଉଭୟ ଛାତ୍ରୀଙ୍କ ମୃତଦେହ ମିଳିଥିଲା ।ରାହୁଲ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି ତାହାର ନୀରପେକ୍ଷ ତଦନ୍ତ ହେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି।

Leave A Reply

Your email address will not be published.