ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚଳନ୍ତା ଟ୍ରେନରୁ ଖସିପଡି ଚାଲିଗଲା ଶିକ୍ଷକଙ୍କ ଜୀବନ

0

ଝାରସୁଗୁଡା: ଝାରସୁଗୁଡା ରେଳ ଷ୍ଟେସନରେ ଅଘଟଣ। ସକାଳୁ ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଏକ ଅଘଟଣ ଘଟି ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବରଗଡ଼ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ନୂଆପାଲିର ଏକ ବିଦ୍ୟାପୀଠରେ ଗୁରୁଜୀ ଭାବେ କାମ କରୁଥିବା ଛତିଶଗଡ଼ ରାୟପୁରର ବି.ଶିବଶଙ୍କର (୬୫) ବୋଲି ଜଣାପଡ଼ିଛି।

ସୂଚନା ପାଇ ଜିଆରପି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁସାରେ, ଶିବଶଙ୍କର ଆଜି ସକାଳ ସାଢେ ୭ଟା ବେଳେ ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ଚଢ଼ିବାକୁ ଯାଉଥିବା ବେଳେ ଟ୍ରେନଟି ଛାଡ଼ି ଦେଇଥିଲା। ଫଳରେ ଶିବଶଙ୍କରଙ୍କର ଗୋଡ଼ ଖସି ଯାଇଥିଲା ଓ ସେ ତଳକୁ ଗଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ସେତେବେଳକୁ ସେ ଟ୍ରେନ ତଳକୁ ଗଳି ପଡ଼ିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଜିଆରପି ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

Leave A Reply

Your email address will not be published.