ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଜିନ୍ଦଲ ଷ୍ଟିଲ ପ୍ରୋତ୍ସାହିତ କ୍ରୀଡ଼ାବିତ ଗୁରଜୋତ ସିଂହ ଖଙ୍ଗୁରା ଓ ରାୟଜା ଧୀଲନଙ୍କୁ  ୬୮ତମ ଜାତୀୟ ସୁଟିଂ ଚାମ୍ପିଅନସିପରେ ସଟଗନ୍ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ 

0

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଡକ୍ଟର କର୍ଣ୍ଣି ସିଂ ସୁଟିଂ ରେଞ୍ଜରେ ଅନୁଷ୍ଠିତ ୬୮ତମ ଜାତୀୟ ସୁଟିଂ ସଟଗନ୍ ଚାମ୍ପିୟନସିପରେ ଜିନ୍ଦଲ ଷ୍ଟିଲ୍ ପ୍ରୋତ୍ସାହିତ ଖେଳାଳିମାନେ ଏକାଧିକ ପଦକ ବିଜୟୀ ହୋଇ ଐତିହାସିକ ସଫଳତା ଅର୍ଜନ କରିଛନ୍ତି। ଭିନ୍ନ ଭିନ୍ନ ବର୍ଗରେ ଗୁରଜୋତ ସିଂ ଖାଙ୍ଗୁରା ଓ ରାୟଜା ଧୀଲନଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ, ମିରାଜ ଅହମ୍ମଦ ଖାନଙ୍କୁ ଦୁଇଟି ରୌପ୍ୟ ପଦକ ମିଳିଛି।

ଏକ ରୋମାଞ୍ଚକର ପ୍ରଦର୍ଶନରେ, ଗୁରଜୋତ ସିଂହ ଖଙ୍ଗୁରା ପୁରୁଷ ସ୍କିଟ୍ ଇଭେଣ୍ଟରେ ୨୦୨୫ ଜାତୀୟ ଚାମ୍ପିଅନ୍ ଟାଇଟଲ ହାସଲ କରିଥିଲେ। ଏକ ନମ୍ବର ରାଙ୍କ ସହିତ ଖଙ୍ଗୁରା ଫାଇନାଲରେ  ଉଚ୍ଚକୋଟିର ପ୍ରଦର୍ଶନ କରିଥିଲେ, ଯେଉଁଥିରେ ଅଭିଜ୍ଞ ଅଲିମ୍ପିଆନ୍ ମାନେ ମଧ୍ୟ ଭାଗ ନେଇଥିଲେ।

ଉଦୀୟମାନ ତାରକା ରାୟଜା ଧୀଲନ୍ ମହିଳା ବର୍ଗ ସ୍କିଟ୍ ସୁଟିଂରେ ସର୍ବୋତ୍ତମ ପ୍ରଦର୍ଶନକାରୀ ଭାବରେ ଉଭା ହୋଇଥିଲେ। ଧୀଲନ୍ ଉଭୟ ମହିଳା ଏବଂ ଜୁନିଅର ମହିଳା ସ୍କିଟ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିଲେ। ଦୁଇଟି ସ୍ବର୍ଣ୍ଣ ପଦକ ଜିତି ସେ ଅନ୍ଯତମ ଯୁବ ପ୍ରତିଭା ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।  

ଜଣେ ଅଭିଜ୍ଞ ଚାମ୍ପିଅନଙ୍କ ଶୃଙ୍ଖଳାକୁ ପ୍ରତିଫଳିତ କରି, ଅଲିମ୍ପିଆନ ମିରାଜ ଅହମ୍ମଦ ଖାନ ଚାମ୍ପିଅନସିପରେ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ। ସର୍ବୋଚ୍ଚ ସ୍ତରରେ ତାଙ୍କର ସ୍ଥିର ପ୍ରଦର୍ଶନ ପରବର୍ତ୍ତୀ ପିଢ଼ିର ଶୁଟରମାନଙ୍କୁ ପ୍ରେରଣା ଯୋଗାଇ ଆସୁଛି, ଏବଂ ଜିନ୍ଦଲ ଷ୍ଟିଲ୍ ତାଙ୍କ ଏହି ଯାତ୍ରାରେ ଦୀର୍ଘ କାଳୀନ ପ୍ରୋତ୍ସାହନ ଜାରି ରଖି ଗର୍ବିତ।

Leave A Reply

Your email address will not be published.