ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ରାସ୍ତାରେ ମେଡିସିନ୍‌ ଫୋପାଡିବା ଘଟଣାରେ ଦୁଇ ଏଏନଏମ ନିଲମ୍ବିତ

0

ବାଲେଶ୍ୱର: ବାଲେଶ୍ୱର ଜିଲା ସୋରରେ ରାସ୍ତାକଡରେ ମେଡିସିନ୍‌ ଫୋପାଡିବା ଘଟଣାରେ ନିଲମ୍ବିତ ହେଲେ ଦୁଇ ଏଏନଏମ କର୍ମୀ।ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ କୁଳିଗାଁ ଏଏନଏମ ତନୁସ୍ମିତା ନାୟକ ଓ ଇଞ୍ଚୁଡ଼ି ଏଏନଏମ କବିତା ବେହେରାଙ୍କୁ ନିଲମ୍ବନ କରାଯାଇଛି ବୋଲି ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା ରାମଚନ୍ଦ୍ର କିସ୍କୁ ସୂଚନା ଦେଇଛନ୍ତି। କର୍ତ୍ତବ୍ୟରେ ଖିଲାପ ଓ ନିୟମ ଉଲଙ୍ଘନ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସସ୍‌ପେଣ୍ଡ କରାଯାଇଛି।

ବାଲେଶର ଜିଲା ରେମୁଣା ବ୍ଲକ ଶ୍ରୀଜଙ୍ଗରସାଳପୁର ରାସ୍ତାର ଶ୍ରୀଜଙ୍ଗ ପ୍ରାଥମିକ ସାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି କିମି ଦୂରରେ ତୁଣ୍ଡରା ରାସ୍ତା ପାର୍ଶ୍ୱରେ ଗତ ୧୧ତାରିଖରେ ସରକାରୀ ଔଷଧ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅବଧି ସରି ନଥିବା ଗୋଟିଏ କି ୨ ପ୍ୟାକେଟ ନୁହଁ ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ ଏସିଡ ୫୦ ଏମଏଲର ସିରପ ପଡିଥିଲା। ଯାହା ରୋଗୀମାନଙ୍କୁ ମାଗଣା ଦିଆଯିବାର ଥିଲା। ସେଗୁଡ଼ିକୁ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦିଆଯାଇଥିଲା। ଓଡ଼ିଶା ସରକାରଙ୍କ ଯୋଗାଣ , ବିକ୍ରୟ ପାଇଁ ନୁହଁ ବୋଲି ଲେଖାଥିବା ବେଳେ ସେହି ଔଷଧର ଅବଧି ତାରିଖ ସେପ୍ଟେମ୍ବର ୨୦୨୬ ମଧ୍ୟ ଲେଖା ରହିଥିଲା।

Leave A Reply

Your email address will not be published.