ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ବନ୍ଦ ଘରୁ ମିଳିଲା ମା’ ଓ ଦୁଇ ପୁଅଙ୍କ ମୃତଦେହ

0

ଢେଙ୍କାନାଳ: ଢେଙ୍କାନାଳ କଣ୍ଟାବଣିଆ ଥାନା ଅସନବଣି ଗାଁରେ ଅଘଟଣ। ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି। ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମା ଓ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା।
ସୂଚନା ଅନୁସାରେ ଗତକାଲି ରାତିରେ ମା ଗୋଲାପ ସାହୁ ,(୫୦) ବଡ଼ ପୁଅ ଭାରତ ସାହୁ(୩୦) ଓ ସାନ ପୁଅ ଲିଟୁ ସାହୁ(୨୧) ଚିକେନ୍ ଭାତ ଓ ପାଳଙ୍ଗ ଶାଗ ଖାଇ ଶୋଇଥିଲେ । ସକାଳେ ୩ ଜଣ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ଘଟଣାସ୍ଥଳରେ କଣ୍ଟାବଣିଆ ଥାନା ପୋଲିସ ଓ ହିନ୍ଦୋଳ ଏସଡିପିଓ ପହଞ୍ଚି ପୋଲିସ ଫରେନସିକ ଟିମ ମାଧ୍ୟମରେ ତଦନ୍ତ ଆରମ୍ଭ କରିଛି। ସେପଟେ ଅନୁଗୋଳ ଥାନାରେ ତିନୋଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ଅନୁଗୋଳ ପୋଲିସ।

ଅଶନବଣି ସ୍ଥିତ ଏହି ବିସ୍ଥାପିତ କଲୋନୀରେ ଅନ୍ତର୍ଯ୍ୟାମୀ ସାହୁଙ୍କ ପରିବାର ରହି ଆସୁଛନ୍ତି। ଅନ୍ତର୍ଯ୍ୟାମୀ ଓ ତାଙ୍କ ପିଲାମାନେ ଶ୍ରମିକ ଭାବେ କାମ କରନ୍ତି। ଗତକାଲି ରାତିରେ ସେମାନେ ଖାଇପିଇ ଶୋଇଥିଲେ। ସକାଳୁ ଉଠିନଥିଲେ। ମଝିଆ ପୁଅ ସକାଳୁ କବାଟ ଖୋଲି ଦେଖିଥିଲେ ଅଚେତ ଅବସ୍ଥାରେ ୩ ଜଣ ପଡିଥିଲେ। ସରକାରୀ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନୁଗୋଳ ଥାନାରେ ମାମଲା ରୁଜୁ ହୋଇଛି। ତଦନ୍ତ ଚାଲିଛି। ଡାକ୍ତର ଟିମ୍‌, କାର୍ଯ୍ୟକାରୀ ମାଜିଷ୍ଟେଟଙ୍କ ତତ୍ତ୍ବାବଧାନରେ ତଦନ୍ତ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ । ପ୍ରାଥମିକ ତଦନ୍ତରେ କୌଣସି ସେପରି ସନ୍ଦେହ କରାଯାଇନାହିଁ।

Leave A Reply

Your email address will not be published.