ଭୁବନେଶ୍ବର: ରାଉରକେଲା ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୁଶାନ୍ତ କୁମାର ବିଶ୍ୱାଳଙ୍କ ପରିବାରର ଜଣଙ୍କୁ ମିଳିବ ନିଯୁକ୍ତି। ଇଣ୍ଡିଆ ଏୟାର ୱାନ୍ ସିଇଓ ପ୍ରେମ କୁମାର ଗର୍ଗ ଘୋଷଣା କରିଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କ ପରିବାରର ଜଣଙ୍କୁ ଇଣ୍ଡିଆ ଓ୍ବାନ୍ ଏୟାର ସଂସ୍ଥାରେ ଚାକିରି ମିଳିବା ସହ ୫ ମାସ ପର୍ଯ୍ୟନ୍ତ ପରିବାରର ସମସ୍ତ ଖର୍ଚ୍ଚ ମଧ୍ୟ ସଂସ୍ଥା ଉଠାଇବ। ବିମାନ ଭଗ୍ନାବଶେଷ ୨/୩ ଦିନ ମଧ୍ୟରେ ଭୁବନେଶ୍ବର ଉଠାଇ ନିଆଯିବ।
ସୂଚନାଥାଉକି,୧୦ ତାରିଖ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ୯ ସିଟ୍ ବିଶିଷ୍ଟ ଇଣ୍ଡିଆ ଓ୍ବାନ୍ ଏୟାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜଲଦା କାଏଁସର ଗ୍ରାମର ଏକ ପଡ଼ିଆ ନିକଟରେ ଏହି ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ପାଇଲଟଙ୍କ ସହ ୬ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହେଉଥିବା ବେଳେ ଗୁରୁତର ସୁଶାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଥିଲା।
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ