ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ରାଉରକେଲା ବିମାନ ଦୁର୍ଘଟଣା ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି

0

ଭୁବନେଶ୍ବର: ରାଉରକେଲା ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୁଶାନ୍ତ କୁମାର ବିଶ୍ୱାଳଙ୍କ ପରିବାରର ଜଣଙ୍କୁ ମିଳିବ ନିଯୁକ୍ତି। ଇଣ୍ଡିଆ ଏୟାର ୱାନ୍ ସିଇଓ ପ୍ରେମ କୁମାର ଗର୍ଗ ଘୋଷଣା କରିଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କ ପରିବାରର ଜଣଙ୍କୁ ଇଣ୍ଡିଆ ଓ୍ବାନ୍‌ ଏୟାର ସଂସ୍ଥାରେ ଚାକିରି ମିଳିବା ସହ ୫ ମାସ ପର୍ଯ୍ୟନ୍ତ ପରିବାରର ସମସ୍ତ ଖର୍ଚ୍ଚ ମଧ୍ୟ ସଂସ୍ଥା ଉଠାଇବ। ବିମାନ ଭଗ୍ନାବଶେଷ ୨/୩ ଦିନ ମଧ୍ୟରେ ଭୁବନେଶ୍ବର ଉଠାଇ ନିଆଯିବ।
ସୂଚନାଥାଉକି,୧୦ ତାରିଖ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ୯ ସିଟ୍ ବିଶିଷ୍ଟ ଇଣ୍ଡିଆ ଓ୍ବାନ୍‌ ଏୟାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜଲଦା କାଏଁସର ଗ୍ରାମର ଏକ ପଡ଼ିଆ ନିକଟରେ ଏହି ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ପାଇଲଟଙ୍କ ସହ ୬ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହେଉଥିବା ବେଳେ ଗୁରୁତର ସୁଶାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.