ପ୍ରମୁଖ ଖବର

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ
କଟକରେ ଗୁଳିକାଣ୍ଡ: ଯୁବକ ମୃତ୍ୟୁ

ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ, ତଦନ୍ତ କରିବ ଏନଆଇଏ

0

ଭୁବନେଶ୍ବର: ଭୁବନେଶ୍ବର ସୁନ୍ଦରପଦା ନିୟୁ ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ ଆରମ୍ଭ ହୋଇଛି ଏନଆଇଏ ତଦନ୍ତ। ଏନଆଇଏର ଟିମ୍ ଆଜି ସ୍ପଟ୍ ଭିଜିଟ୍ କରିବା ସହ ଯାଞ୍ଚ ଆରମ୍ଭ କରିଛି। ଘର ମାଲିକଙ୍କଠାରୁ ଆରମ୍ଭ କରି ଏକାଧିକ ଲୋକଙ୍କୁ ଜେରା କରିଛି ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି। ଏହି ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ ଲିଙ୍କ୍ ଅଛି ନା ନାହିଁ ତାର ଖୋଳତାଡ଼ ଚାଲିଛି। ଘଟଣାସ୍ଥଳରୁ ମଧ୍ୟ ସମସ୍ତ ତଥ୍ୟ ସଂଗ୍ରହ କରିଛି ସାଇଣ୍ଟିଫିକ୍ ଟିମ୍।

ଗତକାଲି ଭୁବନେଶ୍ବର ଏୟାରଫିଲଡ ଥାନା ସୁନ୍ଦରପଦା ଆଜାଦ ନଗରରେ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣରେ ୪ଜଣ ଗୁରୁତର ହୋଇଥିଲେ । ତିନିମହଲା କୋଠା ଉପରେ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ପେଶାଦାର ଅପରାଧୀ ସେହନବାଜ ମଲ୍ଲିକ ସମେତ ୪ଜଣ ଗୁରୁତର ହୋଇଥିଲେ।
ଏହି ବିସ୍ଫୋରଣରେ ସେହନବାଜ, ତାଙ୍କ ମାଆ, ବାନ୍ଧବୀ ଓ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି। କିପରି ଭଡ଼ାରେ ରହି ଏହା ଚଳାଇଥିଲେ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରୁ ବାରୁଦ ଜବତ ହୋଇଛି। ପ୍ରାଥମିକ ତଦନ୍ତ ପରେ ଭୁବନେଶ୍ବର ଡିସିପି କହିଥିଲେ ଡିସିପି କହିଥିଲେ।

ସୋହନବାଜ ମଲ୍ଲିକ ନାଁରେ ବିଭିନ୍ନ ଥାନାରେ ୭ଟି ମାମଲା ରହିଛି। ତେଣୁ କୌଣସି ଅପରାଧ ଘଟାଇବାକୁ ବୋମା ତିଆରେ କରୁଥିଲେ କି ବୋଲି ପ୍ରଶ୍ନ ଉଠିଛି। ଏଦିଗରେ ବି ତଦନ୍ତ ଚାଲିଥିବା ଭୁବନେଶ୍ବର ଡିସିପି ଜଗମୋହନ ମୀନା କହିଛନ୍ତି।

Leave A Reply

Your email address will not be published.