ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ପଞ୍ଚଭୂତରେ ବିଲୀନ ହେଲେ ଅଜିତ୍ ପାୱାର

0

ମହାରାଷ୍ଟ୍ର: ପଞ୍ଚଭୂତରେ ଲୀନ ହେଲେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାର। ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପୱାରଙ୍କ ଶେଷକୃତ୍ୟ ବାରାମତିରେ ସମ୍ପର୍ଣ୍ଣ ହୋଇଛି। ବିଭିନ୍ନ ରାଜନୈତିକ ନେତା, ପରିବାର ସଦସ୍ୟ ଏବଂ ହଜାର ହଜାର ସମର୍ଥକ ତାଙ୍କୁ ଶେଷ ବିଦାୟ ଦେବା ପାଇଁ ଏକାଠି ହୋଇଥିଲେ।

ଜାତୀୟ ପତାକାରେ ପୱାରଙ୍କ ପାର୍ଥିବ ଶରୀରକୁ ଘୋଡ଼ାଇ ଶେଷକୃତ୍ୟ ପାଇଁ ତାଙ୍କ ଜନ୍ମସ୍ଥାନ କାଟେୱାଡିରୁ ବାରାମତିକୁ ଅଣାଯାଇଥିଲା। ତାଙ୍କ ପୁଅ ପାର୍ଥ ପୱାର ଏବଂ ଜୟ ପୱାର ପାର୍ଥିବ ଶରୀରରେ ମୁଖାଗ୍ନି ଦେଇଥିଲେ। ଅଜିତ୍‌ଙ୍କ ଶେଷ ଦର୍ଶନ ପାଇଁ ବରିଷ୍ଠ ନେତା ଏବଂ ଦଳୀୟ କର୍ମୀ ସହିତ ଯୋଗ ଦେଇଥିଲେ। ପୱରଙ୍କ ପାର୍ଥିବ ଶରୀରକୁ କାରଗେଡ଼ ଦ୍ଵାରା ସହର ଦେଇ ପୋଲିସ ଏବଂ ରାଜ୍ୟ ଅଧିକାରୀମାନେ ଆନୁଷ୍ଠାନିକ ସମ୍ମାନ ସହ ଆଣିଥିଲେ।

ଅଜିତ ପାୱାରଙ୍କ ମୃତ୍ୟୁକୁ ନେଇ ମହାରାଷ୍ଟ୍ରରେ ତିନି ଦିନିଆ ଶୋକ ଘୋଷଣା କରାଯାଇଛି। କେବଳ ମହାରାଷ୍ଟ୍ର ନୁହେଁ ଜାତୀୟ ରାଜନୀତିରେ ଅଜିତ ପାୱାର ଜଣେ ଚର୍ଚ୍ଚିତ ବ୍ୟକ୍ତି ଥିଲେ। ସେ ‘ଦାଦା’ ନାଁରେ ବେଶ୍ ଜଣାଶୁଣା ଥିଲେ। ମହାରାଷ୍ଟ୍ରରେ ସବୁଠୁ ଅଧିକ ଥର ଉପମୁଖ୍ୟମନ୍ତ୍ରୀ ହେବାର ନେତାଙ୍କ ମଧ୍ୟରେ ରହିଛି ଅଜିତ ପାୱାରଙ୍କ ନାଁ। ସେ 6 ଥର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଛନ୍ତି। ଅଜିତଙ୍କ ଜନ୍ମ ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲାର ଦେବଲାଲି ପ୍ରବରାରେ 1959 ମସିହା ଜୁଲାଇ 22ରେ ହୋଇଥିଲା। ଶରଦ ପାୱାରଙ୍କ ବଡ଼ ଭାଇ ଅନନ୍ତରାଓ ପାୱାରଙ୍କ ସେ ପୁଅ ଅଟନ୍ତି। ଅଜିତଙ୍କ ବାପା ପ୍ରସିଦ୍ଧ ରାଜକମଲ ଷ୍ଟୁଡିଓରେ କାମ କରୁଥିଲେ। ଅଜିତଙ୍କ ବିବାହ ସୁନେତ୍ରା ପାୱାରଙ୍କ ସହ ହୋଇଥିଲା। ତାଙ୍କର ଦୁଇ ସନ୍ତାନ ଅଛନ୍ତି ସେମାନେ ହେଲେ ପାର୍ଥ ପାୱାର ଓ ଜୟ ପାୱାର।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଗତକାଲିଏକ ସାଧାରଣ ସଭାରେ ଯୋଗଦେବାକୁ ଯାଉଥିବା ସମୟରେ ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ। ବିମାନଟି ବାରାମତିରେ ଜରୁରୀକାଳୀନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ଦୁଇ ପାଇଲଟଙ୍କ ସମେତ ଅନ୍ୟ 4 ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଅଜିତ ପାୱାରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସ୍ତବ୍ଧ ହୋଇଯାଇଥିଲା ପୂରା ଦେଶ। ଆଜି ତାଙ୍କ ପାର୍ଥିବ ଶରୀରକୁ ବାରାମତି ସ୍ଥିତ ବିଦ୍ୟା ପ୍ରତିଷ୍ଠାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯାଇଛି।

Leave A Reply

Your email address will not be published.