ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଚେନ୍ନାଇ ସେଣ୍ଟ୍ରାଲ୍-ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍ ଲାଇନଚ୍ୟୁତ

0

ଯାଜପୁର: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ। ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି ବଗି ଛାଡି ତିନୋଟି ବଗି ଲାଇନଚ୍ୟୁତ ହୋଇଛ। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।
ଲାଇନଚ୍ୟୁତ ହେବା ପରେ ଚେନ୍ନାଇ ସେଣ୍ଟ୍ରାଲ୍-ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍ ଯଖପୁରା ଷ୍ଟେସନ ନିକଟରେ ଅଟକି ରହିଥିଲା। ଦିନ ପ୍ରାୟ ୧୧ଟା ବେଳକୁ ଟ୍ରେନ୍‌ଟି ପୁଣି ଥରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ଯେ ସକାଳ ୮ଟା ୫୧ରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିଲା। ଗୋଟିଏ ଏସି କୋଚ୍ ଓ ଦୁଇଟି ଜେନେରାଲ କୋଚ୍ ଲାଇନଚ୍ୟୁତ ହୋଇଛି। ଏହି ଘଟଣା ଘଟିବା ସମୟରେ ଟ୍ରେନ୍‌ଟି ଧୀର ଗତିରେ ଯାଉଥିଲା। ଟ୍ରେନ୍ ଲାଇନଚ୍ୟୁତ ହେବା ଯୋଗୁ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇନାହିଁ କି କେହି ଆହତ ମଧ୍ୟ ହୋଇନାହାନ୍ତି।

ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଲାଇନଚ୍ୟୁତ ହେବା ପରେ ଚେନ୍ନାଇ ସେଣ୍ଟ୍ରାଲ୍-ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍ ଯଖପୁରା ଷ୍ଟେସନ ନିକଟରେ ଅଟକି ରହିଥିଲା। ଦିନ ପ୍ରାୟ ୧୧ଟା ବେଳକୁ ଟ୍ରେନ୍‌ଟି ପୁଣି ଥରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଦୁର୍ଘଟଣାଗ୍ରସ୍ତ ୩ ବଗିକୁ ଛାଡ଼ି ଟ୍ରେନ୍‌ଟି ଗଡ଼ିଥିଲା।

Leave A Reply

Your email address will not be published.