ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ପୁଲିସ ବାରାକରେ କନଷ୍ଟେବଳଙ୍କ ଆତ୍ମହତ୍ୟା

0

ନୟାଗଡ: ନୟାଗଡ ଜିଲ୍ଲା ପୁଲିସ୍‌ ବାରାକରେ ଅଭାବନୀୟ ଘଟଣା ଘଟିଛି। ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି କନଷ୍ଟେବଳ । ମୃତକ ହେଲେ ସୁନୀଲ ସେଠୀ। ମୃତକଙ୍କ ଘର ନୂଆଗାଁ ବ୍ଲକ ଓଡ଼ଗାଁ ଥାନା ବାହାଡଝୋଲା ବେରୁଆଁବାରି ଗାଁରେ। ସେ ନୟାଗଡ଼ ରିଜର୍ଭ ପୁଲିସରେ କାର୍ଯ୍ୟରତ ଥିଲେ।
ସୂଚନା ଅନୁସାରେ, ଗୁରୁବାର ସକାଳେ ନୟାଗଡ଼ ପୁଲିସ ବାରାକର ଛାତ ଉପରେ ତାଙ୍କ ଗୁଳିବିଦ୍ଧ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଏସ୍‌ପି ଏସ୍‌ ସୁଶ୍ରୀଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ କରିଥିଲେ। ପ୍ରାଥମିକ ତଥ୍ୟ ଅନୁସାରେ, ସୁନୀଲ ସେଠୀ ନିଜ ସର୍ଭିସ ପିସ୍ତଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଏସ୍‌ପି କହିଛନ୍ତି, ସୁନୀଲ ୨୦୨୩ ମସିହାରେ ପୁଲିସ ବିଭାଗରେ ନିଯୁକ୍ତି ପାଇଥିଲେ। ତାଙ୍କ ଘର ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ, ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତର ବେରୁଆବାରି ଗାଁରେ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବ୍ୟକ୍ତିଗତ ସମ୍ପର୍କକୁ ନେଇ ସେ ମାନସିକ ଚାପରେ ଥିଲେ। କିଛିଦିନ ତଳେ ସୁନୀଲଙ୍କ ନିର୍ବନ୍ଧ ହୋଇଥିଲା। ତାଙ୍କ ନିର୍ବନ୍ଧକୁ ପରିବାରଲୋକେ ବିରୋଧ କରିଥିଲେ। ତାଙ୍କ ମୋବାଇଲ ଫୋନ୍‌ରୁ ମିଳିଥିବା କିଛି ସନ୍ଦେଶ ଆଧାରରେ ଆତ୍ମହତ୍ୟା ସନ୍ଦେହ ମଜବୁତ ହୋଇଛି ବୋଲି ପୁଲିସ କହିଛି। ଘଟଣା ସମ୍ପର୍କରେ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.