ପ୍ରମୁଖ ଖବର

ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା
ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
ବାୟୋଫାର୍ମା କ୍ଷେତ୍ର ପାଇଁ ୧୦ ହଜାର କୋଟି, ଶସ୍ତା ହେବ ସୁଗାର କର୍କଟ ଔଷଧ
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ
ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ ଆହତ

ଓଡ଼ିଶାର ୪ କୋର୍ଟକୁ ବୋମା ଧମକ

0

ଭୁବନେଶ୍ବର: ଓଡ଼ିଶାରେ ପୁଣି କୋର୍ଟକୁ ବୋମା ଧମକ। ୪ଟି କୋର୍ଟକୁ ବୋମା ପକାଇ ଉଡାଇ ଦେବାକୁ ଇମେଲ୍‌ରେ ଧମକ ଆସିଛି । ଧମକ ପରେ କୋର୍ଟ ପରିସରକୁ ଖାଲି କରାଯାଉଛି। କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଛି। ବମ ସ୍କ୍ବାଡ ଟିମ ଖାନତଲାସୀ ଆରମ୍ଭ କରିଛନ୍ତି। କଟକସହ ଫୁଲବାଣୀ ଓ ପୁରୀ, ସମ୍ବଲପୁର କୋର୍ଟକୁ ବି ବୋମାରେ ଉଡାଇ ଦେବାକୁ ଧମକ ଆସିଛି।

କଟକ ଜିଲ୍ଲା ଜଜ କୋର୍ଟ, ଯାଜପୁର କୋର୍ଟ ଫୁଲବାଣୀ କୋର୍ଟ ଓ ପୁରୀ ଜିଲ୍ଲା କୋର୍ଟକୁ ବୋମାରେ ଉଡେଇବାକୁ ଧମକ ଆସିଛି। ଅଜଣା ମେଲ୍ ଆଇଡିରୁ ଏହି ଧମକପୂର୍ଣ୍ଣ ମେସାଜ ଆସିଛି। କିଏ ଏବଂ କେଉଁଠାରୁ ଏହି ଧମକ ଦେଇଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ। ବୋମା ଧମକ ପରେ ୪ଟି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। ଇମେଲ୍ ପାଇବା ପରେ ପୋଲିସ ତୁରନ୍ତ କୋର୍ଟ ଅଞ୍ଚଳକୁ ଘେରାବନ୍ଦୀ କରି ବୋମା ନିଷ୍କ୍ରିୟକାରୀ ଦଳକୁ ନିୟୋଜିତ କରିଛି। ବମ୍ ସ୍କ୍ୱାଡ୍ ଏବଂ ସ୍ନିଫର ଡଗ୍‌ ସମଗ୍ର ପରିସରରେ ପୁଙ୍ଖାନୁପୁଙ୍ଖ ତଲାସି ଆରମ୍ଭ କରିଛନ୍ତି। ପୋଲିସ ସୂତ୍ରଗୁଡ଼ିକ ନିଶ୍ଚିତ କରିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ, କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତଦନ୍ତ ଜାରି ରହିଛି। ଧମକପୂର୍ଣ୍ଣ ଇମେଲ କାଉଁଠୁ ଆସିଛି ତାହା ଜାଣିବା ପାଇଁ ସାଇବର ସେଲ୍ ଟିମ୍‌ କାର୍ଯ୍ୟ କରୁଛି।

ଏହା ପୂର୍ବରୁ ଜାନୁଆରୀ ୮ ତାରିଖରେ ଏଭଳି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ରାଜ୍ୟରେ ୩ଟି କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ପାଇବା ପରେ ଆରମ୍ଭ ହୋଇଥିଲା ତନାଘନା। ସମ୍ବଲପୁର, ଦେବଗଡ଼ ଓ କଟକ ଜିଲ୍ଲା କୋର୍ଟରେ ବମ୍ ଓ ଡଗ୍ ସ୍କ୍ଵାଡ୍ ପହଞ୍ଚି ଖାନତଲାସୀ ହୋଇଥିଲା। ଏହି ସବୁ ନ୍ୟାୟାଳୟ ପରିସରରେ ଆତଙ୍କ ଖେଳିଯାଇଥିଲା। କାର୍ଯ୍ୟ ବନ୍ଦ ସହ କୋର୍ଟ ପରିସର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Leave A Reply

Your email address will not be published.