ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

ଆଇଏଏସ ସ୍ତରରେ ଅଦଳବଦଳ

0

ଭୁବନେଶ୍ବର: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ ଆଇଏଏସ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ କରାଯାଇଛି। ଦେଓ ରଞ୍ଜନ କୁମାର ସିଂଙ୍କୁ ଷ୍ଟିଲ ଓ ମାଇନ୍ସ ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ବର୍ତ୍ତମାନ ସେ ଉନ୍ନୟନ କମିଶନର ଅଛନ୍ତି।

ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏଥିସହିତ ସେ ସାଧାରଣ ପ୍ରଶାସନ ଦାୟିତ୍ୱରେ ମଧ୍ୟ ରହିବେ । ବିଷ୍ଣୁପଦ ସେଠୀ ଓଡିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ଥିବା ବେଳେ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିପରି ଅରବିନ୍ଦ ପାଢୀଙ୍କୁ ରାଜସ୍ୱ ବିଭାଗକୁ ବଦଳି କରାଯାଇଛି। ଏଥିସହିତ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ମଧ୍ୟ ରହିବେ। ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀ ଡିଜି ଦାୟିତ୍ୱ ଦିଆଯାଇଥିବା ବେଳେ ଶ୍ରମ ଓ ବିଜ୍ଞାନ କାରିଗର ଦାୟିତ୍ୱରେ ମଧ୍ୟ ରହିବେ ଚିତ୍ରା । ଉଷା ପାଢୀଙ୍କୁ ଇଡକୋ ଅଧ୍ୟକ୍ଷା ଦାୟିତ୍ୱ ମିଳିଛି। ଏହା ସହ ସେ ନଗର ଉନ୍ନୟନ ଦାୟିତ୍ୱରେ ମଧ୍ୟ ରହିବେ। ଶୁଭ ଶର୍ମା ଜଳସମ୍ପଦ ବିଭାଗର ନୂଆ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ ଏନବିଏସ ରାଜପୁତ ହେଲେ ନୂଆ ପରିବହନ ପ୍ରମୁଖ ସଚିବ। ଓଏସଆରଟିସି ଦାୟିତ୍ୱରେ ମଧ୍ୟ ରହିବେ ଏନବିଏସ ରାଜପୁତ। ଗିରିଶ ଏସଏନଙ୍କୁ ଓଏମସି ଅଧ୍ୟକ୍ଷ ଦାୟିତ୍ୱ ମିଳିଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ରହିବେ ଗିରିଶ।

ମୃଣାଳିନୀ ଦର୍ଶୱାଲ ମହିଳା ଶିଶୁ ବିକାଶ ବିଭାଗ ସଚିବ ଦାୟିତ୍ୱରେ ଥିବା ବେଳେ ବଳୱନ୍ତ ସିଂହଙ୍କୁ ଓଡିଶା ହାଇୱେ ଅଥରିଟିର ଏମଡି ଦାୟିତ୍ୱ ମିଳିଛି। ପର୍ଯ୍ୟଟନ ବିଭାଗ ଦାୟିତ୍ୱ ବି ବଲୱନ୍ତ ତୁଲାଇବେ। ସଚିନ ରାମଚନ୍ଦ୍ର ଯାଦବ ନୂଆ କୃଷି ସଚିବ ହୋଇଛନ୍ତି। ଏହା ସହ ସେ କ୍ରୀଡା ଓ ଯୁବ ବ୍ୟାପାର ଦାୟିତ୍ୱରେ ରହିବେ।

Leave A Reply

Your email address will not be published.