ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ଅବଧି ବଢାଇଲେ ରାଜ୍ୟ ସରକାର

0

ଭୁବନେଶ୍ବର: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର। ରାଜ୍ୟ ସରକାର ଜାନୁଆରୀ ୩୧ ଅବଧିକୁ ମାର୍ଚ୍ଚ ୩୧ ଯାଏ ବଢାଇଛନ୍ତି। ଫଳରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି ରହିବ।

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ପ୍ରମାଣପତ୍ର ଦେଇ ଆରଆଇଙ୍କ ନିକଟରେ ଆବେଦନ କରିପାରିବେ। ଆବେଦନର ୧୫ ଦିନ ଭିତରେ ଜମାକାରୀ ଟଙ୍କା ଫେରିପାଇବେ। ୮ରୁ ୧୦ ହଜାର କ୍ଷୁଦ୍ର ଜମାକାରୀଙ୍କୁ ରାଜ୍ୟ ସରକାର ଟଙ୍କା ଦେଉଛନ୍ତି। ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା କ୍ଷୁଦ୍ର ଜମାକାରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇବେ। ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା କ୍ଷୁଦ୍ର ଜମାକାରୀ ଟଙ୍କା ପାଇବେ।

Leave A Reply

Your email address will not be published.