ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଭଡ଼ାରେ ଘର ଦେବେ ସରକାର

0

ଭୁବନେଶ୍ବର: ଗରିବ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର। ସହରରେ ଆଉ ରହିବନି ଘର ଭଡ଼ା ଟେନସନ। ଏଣିକି ସହରୀ ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଅବ୍ୟବହୃତ ଘର ଗୁଡ଼ିକୁ ଭଡ଼ା ସୂତ୍ରରେ ଦିଆଯିବ।

ରାଜ୍ୟର ବିଭିନ୍ନ ସହରରେ ଥିବା ଅବ୍ୟବହୃତ ସରକାରୀ ଘର ଗୁଡ଼ିକୁ ଚିହ୍ନଟ କରିବା ପାଇଁ ଗୃହ ବିଭାଗ, କୃଷି, ଶକ୍ତି, ଅର୍ଥ, ଖାଦ୍ୟ ଯୋଗାଣ, ମହିଳା ଓ ଶିଶୁ କଲ୍ୟାଣ, ପଞ୍ଚାୟତିରାଜ, ଅନୁସୂଚିତ ଜାତି ଓ ଜନଜାତି, ସ୍ୱାସ୍ଥ୍ୟ ଏବଂ ସମବାୟ ବିଭାଗକୁ ଚିଠି ଲେଖିଛନ୍ତି ଗୃହ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ।

ଯେଉଁ ମାନେ ସହରାଞ୍ଚଳରେ ନିଜର ଘର ତିଆରି କରିବା ପାଇଁ ସକ୍ଷମ ନୁହନ୍ତି, ବିଶେଷ କରି ପ୍ରବାସୀ ସହରୀ ଗରିବ, ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବ୍ୟବସାୟିକ ଅନୁଷ୍ଠାନରେ କାମ କରୁଥିବା କର୍ମଚାରୀ, କର୍ମଜୀବୀ ମହିଳାମାନଙ୍କୁ ସରକାର ଭଡ଼ାରେ ଘର ଦେବେ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ୨.୦ ଅନୁଯାୟୀ ଭଡ଼ା ମିଳିବ। ଗାଇଡ୍‌ଲାଇନ ଅନୁଯାୟୀ ୨ଟି ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଦିଆଯିବ। ପ୍ରଥମେ ସରକାରୀ ଘରକୁ ପବ୍ଲିକ ଏଜେନ୍ସି ମାଧ୍ୟମରେ ଭଡ଼ା ଦିଆଯିବ। ଦ୍ୱିତୀୟରେ ବେସରକାରୀ ସଂସ୍ଥା ଘର ତିଆରି କରି ଗରିବଙ୍କୁ ଭଡ଼ା ଦେବେ।

Leave A Reply

Your email address will not be published.