ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଆଇଏଏସ୍ ସ୍ତରରେ ଅଦଳବଦଳ

0

ଭୁବନେଶ୍ବର: ରାଜ୍ୟ ସରକାର ଆଜି ପୁଣି ଥରେ ଆଇଏଏସ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି (ଗୁରବାର) ବିଜ୍ଞପ୍ତି ପ୍ରକାଶ ପାଇଛି।
୨୦୨୨ କ୍ୟାଡରର ୫ ଆଇଏଏସଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବଦଳିଲେ ମାଲକାନଗିରି ଜିଲ୍ଲାପାଳ। ପ୍ରଥମେଶ ଅରବିନ୍ଦଙ୍କୁ ଦାୟିତ୍ବ ଦିଆଯାଇଛି। କ୍ଷୁଦ୍ର ଶିଳ୍ପ ନିଗମ ଏମ୍‌ଡି ହେଲେ ସ୍ମୃତିରଞ୍ଜନ ପ୍ରଧାନ। ସିଦ୍ଧାର୍ଥ ଦାସ ମତ୍ସ୍ୟ ସଂପଦ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଶିକ୍ଷକ ଶିକ୍ଷା ଓ ତାଲିମ ବିଭାଗ (TE & SCERT)ର ନିର୍ଦ୍ଦେଶକ ହେଲେ ମଧୁସ୍ମିତା ସାହୁ । ଉପମା କାଲୋଙ୍କୁ ସମ୍ବଲପୁର ଆରଡିସି ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଅନ୍ୟପଟେ ସ୍ତତନ୍ତ ଓ ବୟନଶିଳ୍ପର ନିର୍ଦ୍ଦେଶକ ହେଲେ ସୋମେଶ ଉପାଧ୍ୟାୟ। ଲିଲି କୁମାରୀ କୁଲୁ ହେଲେ ପବ୍ଲିକ ଏଣ୍ଟରପ୍ରାଇଜର ଅତିରିକ୍ତ ସଚିବ।

୨୦୨୨ ବ୍ୟାଚର ଅକ୍ଷୟ ପିଲ୍ଲେ ପାରାଦ୍ୱୀପର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବେ। ଏହା ପୂର୍ବରୁ ସେ ବଣେଇ ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ କରୁଥିଲେ। ମୟୂରଭଞ୍ଜ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ହୋଇଛନ୍ତି ୨୦୨୨ ବ୍ୟାଚର ଅରୁଗୁଲା ସ୍ନେହା। ସେ ପଦମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତ ଥିଲେ। ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ହୋଇଛନ୍ତି ସମୀର କୁମାର ଜେନା।

୨୦୨୨ ବ୍ୟାଚର ଏହି ଅଫିସର ତାଳଚେର ଉପଜିଲ୍ଲାପାଳ ଭାବରେ ନିଯୁକ୍ତ ଥିଲେ। ୨୦୨୨ ବ୍ୟାଚର ଆଇଏଏସ ସୌମ୍ୟରଂଜନ ପ୍ରଧାନ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ। ସେ ରାଇରଙ୍ଗପୁରର ଉପଜିଲ୍ଲାପାଳ ଭାବରେ ନିଯୁକ୍ତ ଥିଲେ। ସେହିପରି ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ଅବିନାଶ ରାଉତ।

Leave A Reply

Your email address will not be published.