ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଖାର୍ଗ ଦ୍ୱୀପରେ ବିସ୍ଫୋରଣ, ରେଳ ବ୍ରିଜ ଓ ହାଇୱେ ଧ୍ୱଂସ

0

ଇରାନ: ଇରାନର ଗୁରୁତ୍ୱପୂର୍ଣ୍ଣ ତୈଳ କେନ୍ଦ୍ର ଖର୍ଗ ଦ୍ଵୀପ ଉପରେ ଆମେରିକାର ଆକ୍ରମଣ। ଏକ ବଡ ରେଲଓ୍ବେ ବ୍ରିଜ୍ କୁ ଉଡାଇ ଦେଲା ଇସ୍ରାଇଲ। ହର୍ମୁଜ ପ୍ରଣାଳୀ ଖୋଲିବାକୁ ଆମେରିକା ପକ୍ଷରୁ ଇରାନକୁ ଦିଆଯାଇଥିବା ମହଲତ ଏବେବି ଶେଷ ହୋଇନଥିବାବେଳେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଉଠିଛି। ମହଲତ ଅବଧି ଚାଲିଥିବା ସତ୍ତ୍ୱେ ଆମେରିକା ଓ ଇସ୍ରାଏଲ ସେନା ଇରାନ ଉପରେ ଆକ୍ରମଣକୁ ତୀବ୍ର କରିଛନ୍ତି।

ଆମେରିକା ସେନା ଇରାନର ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପ ନିକଟରେ ଏକାଧିକ ଏୟାର ଷ୍ଟ୍ରାଇକ କରି ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରିଥିବା ଖବର ମିଳିଛି। ଏଥିରେ ଅନେକ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ସେହିପରି ଇସ୍ରାଏଲ ପକ୍ଷରୁ ଇରାନର ରେଳ ବ୍ରିଜ ଓ ଜାତୀୟ ରାଜପଥ ଉପରେ ମଧ୍ୟ ଆକ୍ରମଣ ଜାରି ରହିଛି, ଯାହାରେ ଭିତ୍ତିଭୂମିକୁ ଗୁରୁତର କ୍ଷତି ହୋଇଛି।

ଏହି ପରିସ୍ଥିତିରେ ଇରାନର ବିପ୍ଳବୀ ରକ୍ଷାବାହିନୀ (ଆଇଆରଜିସି) ପ୍ରତିଶୋଧ ନେବାକୁ ଚେତାବନୀ ଦେଇଛି। ଆମେରିକା ଓ ଏହାର ସହଯୋଗୀ ଦେଶଗୁଡ଼ିକର ଭିତ୍ତିଭୂମିକୁ ଲକ୍ଷ୍ୟ କରାଯିବ ବୋଲି କୁହାଯାଇଛି, ଯାହା ଫଳରେ ତୈଳ ଓ ଗ୍ୟାସ ଯୋଗାଣରେ ବିଘାତ ସୃଷ୍ଟି ହେବାର ଆଶଙ୍କା ବଢ଼ିଛି।

ଅନ୍ୟପଟେ, ଆମେରିକା ରାଷ୍ଟ୍ରପତି ପକ୍ଷରୁ ଦିଆଯାଇଥିବା ସତର୍କବାଣୀ ଅନୁଯାୟୀ ହର୍ମୁଜ ପ୍ରଣାଳୀ ଖୋଲା ନହେଲେ ତେହରାନର ଶକ୍ତି ପ୍ଲାଣ୍ଟ ଉପରେ କାର୍ଯ୍ୟବାହୀ ହୋଇପାରେ। ଏହାକୁ ମୁକାବିଲା ପାଇଁ ଇରାନ ତାଙ୍କର ଶକ୍ତି ପ୍ଲାଣ୍ଟଗୁଡ଼ିକ ଚାରିପାଖରେ ମାନବ ଶୃଙ୍ଖଳ ଗଠନ କରିବାକୁ ଆହ୍ୱାନ କରିଛି। ସମଗ୍ର ପରିସ୍ଥିତି ଦ୍ରୁତ ରୂପେ ପରିବର୍ତ୍ତିତ ହେଉଥିବାବେଳେ ମଧ୍ୟପ୍ରାଚ୍ୟରେ ତନାତନି ଚରମ ସୀମାକୁ ପହଞ୍ଚିବାର ଆଶଙ୍କା ବଢ଼ିଛି।

Leave A Reply

Your email address will not be published.