ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

୪ ହାଇକୋର୍ଟ ପାଇଁ ମୁଖ୍ୟ ବିଚାରପତିମାନଙ୍କୁ ନିଯୁକ୍ତି

0

ନୂଆଦିଲ୍ଲୀ: ଆଜି ଦେଶର ୪ଟି ହାଇକୋର୍ଟ ପାଇଁ ମୁଖ୍ୟ ବିଚାରପତିମାନଙ୍କୁ ନିଯୁକ୍ତି ମିଳିଥିବା କଥା କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି। ଟୁଇଟ୍‌ କରି କେନ୍ଦ୍ର ଆଇନ ମନ୍ତ୍ରୀ ଲେଖିଛନ୍ତି: ଭାରତର ସମ୍ବିଧାନ ବ୍ୟବସ୍ଥା ଅନୁସାରେ, ନିମ୍ନ ଲିଖିତ ବିଚାରପତିମାନଙ୍କୁ ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।

ସୂଚନା ଅନୁସାରେ, ରାଜସ୍ଥାନ ହାଇକୋର୍ଟର ବିଚାରପତି ସନ୍ଦୀପ ମେହେଟ୍ଟାଙ୍କୁ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି, ଓଡ଼ିଶା ହାଇକୋର୍ଟର ବିଚାରପତି ଯଶୱନ୍ତ ସିଂହଙ୍କୁ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେହିପରି, ଗୌହାଟି ହାଇକୋର୍ଟର ବିଚାରପତି ଏନ୍‌. କୋଟିଶ୍ବର ସିଂହଙ୍କୁ ଜମ୍ମୁ ଓ କଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି।

ଏହାଛଡ଼ା, ଗୁଜରାଟ ହାଇକୋର୍ଟର ବିଚାରପତି ସୋନିଆ ଗିରିଧର ଗୋକାନୀଙ୍କୁ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅରବିନ୍ଦ କୁମାରଙ୍କୁ ସୁପ୍ରିମ୍‌ କେର୍ଟ ର ବିଚାରପତି ଭାବେ ପଦୋନ୍ନତି ମିଳିବା ପରେ ବିଚାରପତି ସୋନିଆ ଗିରିଧର ଗୋକାନୀଙ୍କୁ ଗୁଜରାଟ ହାଇକୋର୍ଟର କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଥିଲା।

Leave A Reply

Your email address will not be published.