ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବୁଲବୁଲ ପାଇଁ ଆଗୁଆ ୫୫୨ କୋଟି

0

ଭୁବନେଶ୍ବର: ବୁଲବୁଲ ବାତ୍ୟା କ୍ଷୟକ୍ଷତି ବାବଦରେ କେନ୍ଦ୍ର ସରକାର ଓଡ଼ିଶା ଓ ପଶ୍ଚିମବଙ୍ଗ ପାଇଁ ଆଗୁଆ ଅର୍ଥ ପ୍ରଦାନ କରିଛନ୍ତି। ଓଡ଼ିଶାକୁ ୫୫୨ କୋଟି ଓ ପଶ୍ଚିମବଙ୍ଗକୁ ୪୧୪ କୋଟି ୯୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ନଭେମ୍ବର ୯ ତାରିଖରେ ପଶ୍ଚିମବଙ୍ଗରେ ବୁଲବୁଲ ବାତ୍ୟା ସ୍ଥଳ ଭାଗ ଛୁଇଁଥିଲା। ବାତ୍ୟାରେ ଓଡ଼ିଶାରେ କେହି ପ୍ରାଣ ହରାଇନଥିଲେ ହେଁ, ପଶ୍ଚିମବଙ୍ଗରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଓଡ଼ିଶାରେ ୩୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଓଡ଼ିଶାର ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଯାଜପୁର ସମେତ ୬ଟି ଜିଲ୍ଲାରେ ସରକାରୀ ଓ ଘରୋଇ ସମ୍ପତ୍ତିର କ୍ଷୟକ୍ଷତି ଘଟିଥିଲା।

କେନ୍ଦ୍ର ସରକାର ବୁଲବୁଲ ବାତ୍ୟାର କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ୍ ଗଠନ କରିଥିଲେ। ଏହି କେନ୍ଦ୍ରୀୟ ଟିମ୍ ଦୁଇ ରାଜ୍ୟ ଗସ୍ତ କରି କ୍ଷୟକ୍ଷତିର ଆକଳନ କରି ଫେରିଛନ୍ତି। ଏମିତି ସମୟରେ ଦୁଇ ରାଜ୍ୟର ରିଲିଫ୍ ପ୍ୟାକେଜ୍ ଓ ଅନ୍ୟାନ୍ୟ ସହାୟତା ପାଇଁ ଏସଡିଆରଏଫ୍ ପାଣ୍ଠି ୨୦୧୯-୨୦ ପାଇଁ କେନ୍ଦ୍ରୀୟ ଅଂଶଧନକୁ ଆଗତୁରା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି।

Leave A Reply

Your email address will not be published.