ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଶିବାଙ୍ଗୀ ନୌସେନାର ପ୍ରଥମ ମହିଳା ପାଇଲଟ

0

ସବ-ଲେଫ୍‍ଟନାଣ୍ଟ ଶିବାଙ୍ଗୀ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ ହେବାର ଗୌାରବ ଲାଭ କରିଛନ୍ତି । ବିହାରର ମୁଜାଫରପୁର ସହର ବାସିନ୍ଦା ଶିବାଙ୍ଗୀ ପ୍ରାରମ୍ଭିକ ପ୍ରଶିକ୍ଷଣ ଶେଷ କରିବା ପରେ ଗତବର୍ଷ ନୌସେନାରେ ଜଣେ ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏବେ କିନ୍ତୁ ତାଙ୍କୁ ବିମାନର ପାଇଲଟ ଭାବେ ନିଯୁକ୍ତି ଦିଅାଯାଇଛି । ସୋମବାର ଠାରୁ ସେ କୋଚି ସ୍ଥିତ ନୌସେନା ଘାଟିରେ ପାଇଲଟ ଭାବେ କାର୍ଯ୍ୟ ଅାରମ୍ଭ କରିଛନ୍ତି ।

ଏ ଘଟଣା ଉପରେ ପ୍ରତିକ୍ରିୟା ରଖି ଶିବାଙ୍ଗୀ କହିଛନ୍ତି,ଏହା ତାଙ୍କ ପାଇଁ ଏବଂ ତାଙ୍କ ପରିବାର ପାଇଁ ଗୌରବ ଅାଣିଦେଇଛି । ଏଥିପାଇଁ ସେ ଦୀର୍ଘ ଦିନରୁ ପ୍ରୟାସ ଜାରି ରଖିଥିଲେ । ସେ ଅାହୁରି ମଧ୍ୟ କହିଛନ୍ତି ଯେ ନୌସେନାରେ ମହିଳାମାନେ ପୂର୍ବରୁ ବି କାର୍ଯ୍ୟ କରୁଥିଲେ । କିନ୍ତୁ ସେମାନଙ୍କୁ ବିମାନ ଉଡାଇବା ପାଇଁ ସୁଯୋଗ ମିଳୁ ନଥିଲା ମାତ୍ର ଏବେ ଏପରି ସୁଯୋଗ ଦିଅାଯାଇଛି । ଏହା ଯୋଗୁ ସାମରିକ ବାହିନୀରେ ଯୋଗ ଦେବାକୁ ଇଛୁକ ଥିବା ମହିଳାମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି ।

ପ୍ରକାଶ ଥାଉକି ସେନା ବାହିନୀର ତିନାଟି ଯାକ ବିଭାଗରେ ମହିଳାମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଯିବା ପାଇଁ ଉଦ୍ୟମ କରାଯାଉଛି ।

Leave A Reply

Your email address will not be published.