ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ଶିବାଙ୍ଗୀ ନୌସେନାର ପ୍ରଥମ ମହିଳା ପାଇଲଟ

0

ସବ-ଲେଫ୍‍ଟନାଣ୍ଟ ଶିବାଙ୍ଗୀ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ ହେବାର ଗୌାରବ ଲାଭ କରିଛନ୍ତି । ବିହାରର ମୁଜାଫରପୁର ସହର ବାସିନ୍ଦା ଶିବାଙ୍ଗୀ ପ୍ରାରମ୍ଭିକ ପ୍ରଶିକ୍ଷଣ ଶେଷ କରିବା ପରେ ଗତବର୍ଷ ନୌସେନାରେ ଜଣେ ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏବେ କିନ୍ତୁ ତାଙ୍କୁ ବିମାନର ପାଇଲଟ ଭାବେ ନିଯୁକ୍ତି ଦିଅାଯାଇଛି । ସୋମବାର ଠାରୁ ସେ କୋଚି ସ୍ଥିତ ନୌସେନା ଘାଟିରେ ପାଇଲଟ ଭାବେ କାର୍ଯ୍ୟ ଅାରମ୍ଭ କରିଛନ୍ତି ।

ଏ ଘଟଣା ଉପରେ ପ୍ରତିକ୍ରିୟା ରଖି ଶିବାଙ୍ଗୀ କହିଛନ୍ତି,ଏହା ତାଙ୍କ ପାଇଁ ଏବଂ ତାଙ୍କ ପରିବାର ପାଇଁ ଗୌରବ ଅାଣିଦେଇଛି । ଏଥିପାଇଁ ସେ ଦୀର୍ଘ ଦିନରୁ ପ୍ରୟାସ ଜାରି ରଖିଥିଲେ । ସେ ଅାହୁରି ମଧ୍ୟ କହିଛନ୍ତି ଯେ ନୌସେନାରେ ମହିଳାମାନେ ପୂର୍ବରୁ ବି କାର୍ଯ୍ୟ କରୁଥିଲେ । କିନ୍ତୁ ସେମାନଙ୍କୁ ବିମାନ ଉଡାଇବା ପାଇଁ ସୁଯୋଗ ମିଳୁ ନଥିଲା ମାତ୍ର ଏବେ ଏପରି ସୁଯୋଗ ଦିଅାଯାଇଛି । ଏହା ଯୋଗୁ ସାମରିକ ବାହିନୀରେ ଯୋଗ ଦେବାକୁ ଇଛୁକ ଥିବା ମହିଳାମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି ।

ପ୍ରକାଶ ଥାଉକି ସେନା ବାହିନୀର ତିନାଟି ଯାକ ବିଭାଗରେ ମହିଳାମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଯିବା ପାଇଁ ଉଦ୍ୟମ କରାଯାଉଛି ।

Leave A Reply

Your email address will not be published.