ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

କ୍ୟାପଟେନ ଗଢିବେ ନୂଆ ଦଳ

0

ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରି ବଡ଼ ଘୋଷଣା କରିଛନ୍ତି । ଅମରିନ୍ଦର କହିଛନ୍ତି ଯେ, ସେ ଏକ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି । ଯାହାର ନାମ ଖୁବ ଶୀଘ୍ର ଘୋଷଣା କରିବେ । ଦଳର ଚିହ୍ନ ମଧ୍ୟ ଖୁବ ଶୀଘ୍ର ସ୍ଥିର ହେବ । ନୂଆ ଦଳ ନେଇ ନିର୍ବାଚନ କମିସନଙ୍କୁ ଅନୁରୋଧ କରାଯାଇଥିବା ଅମରିନ୍ଦର କହିଛନ୍ତି ।

ପ୍ରେସମିଟରେ ଅମରିନ୍ଦର ପ୍ରଥମେ, ନିଜ କାର୍ଯ୍ୟକାଳରେ ହୋଇଥିବା କାର୍ଯ୍ୟ ଗୁଡିକ ବିଷୟରେ ସଚୂନା ଦେଇଥିଲେ । ତେବେ ଏହା ସ୍ପଷ୍ଟ କରିନାହାଁନ୍ତି ଯେ , ୨୦୨୨ ପଞ୍ଜାବ ନିର୍ବାଚନରେ ବିଜେପି କିମ୍ବା ଅନ୍ୟ ଦଳ ସହ ରହିବେ କି ନାହିଁ । ଅମରିନ୍ଦର ସିଂହ ନବଜୋତ ସିଂ ସିଦ୍ଧୁଙ୍କୁ ଘେରିଥିଲେ । ସେ କହିଥିଲେ ଯେ, ସିଦ୍ଧୁ ମୋ ସମର୍ଥକମାନଙ୍କୁ ଧମକାଉଛନ୍ତି । ଯେଉଁଠି ସିଦ୍ଧୁ ଛିଡାହେବେ ସେଠୁ ନିର୍ବାଚନ ଲଢିବୁ ବୋଲି କହିଛନ୍ତି । ସିଦ୍ଧୁ ପ୍ରଦେଶ ଅଧ୍ୟକ୍ଷ ହେବା ପରେ କଂଗ୍ରେସର ଲୋକପ୍ରିୟତା ୨୫ ପ୍ରତିଶତ ହ୍ରାସ ହୋଇଛି ବୋଲି କହିଛନ୍ତି ଅମରିନ୍ଦର ।

ମୁଖ୍ୟମନ୍ତ୍ରୀ ରହିବା ସମୟରେ ତାଙ୍କ ଉପରେ ଉଠାଯାଇଥିବା ପ୍ରଶ୍ନର ମଧ୍ୟ ସେ ଜବାବ ଦେଇଛନ୍ତି । କହିଛନ୍ତି,ଯେଉଁମାନେ ସୁରକ୍ଷା ବ୍ୟବସ୍ଥା ନେଇ ମୋତେ ପରିହାସ କରନ୍ତି,ସେମାନେ ଜାଣନ୍ତି ଯେ, ମୁଁ ୧୦ ବର୍ଷ ହେବ ସେନାରେ ଥିଲି । ଅନ୍ୟପଟେ ମୁଁ ସା‌ଢ଼େ ୯ ବର୍ଷ ପାଇଁ ପଞ୍ଜାବର ଗୃହମନ୍ତ୍ରୀ ଥିଲି ଏବଂ ସମ୍ବେଦନଶୀଳ ପ୍ରସଙ୍ଗ ଗୁଡିକ ମୋ ଅଧିନରେ ଥିଲା । ହେଲେ ଯିଏ ଏକ ମାସ ପାଇଁ ଗୃହମନ୍ତ୍ରୀ ଥିଲେ ସେ ମୋଠୁ ଅଧିକ ଜାଣିଥିବା କହୁଛନ୍ତି।

ଅମରିନ୍ଦର ସିଂହ ପ୍ରେସମିଟରେ ପା ବର୍ଷ ପୁରୁଣା କଂଗ୍ରେସର ଘୋଷଣା ପତ୍ର ଦେଖାଇଥିଲେ । କ୍ୟାପଟେନ ତାଙ୍କ କାର୍ଯ୍ୟକାଳରେ କେତେ କାମ ହୋଇଛି ସେ ନେଇ କହିଛନ୍ତି । ପଞ୍ଜାବରେ ଅନେକ କାମ କରାଯାଇଥିବା ବେଳେ ଘୋଷଣା ପତ୍ରରେ ଥିବା ୯୨ ପ୍ରତିଶତ କାମ ହୋଇଥିବା କହିଛନ୍ତି । କ୍ୟାପଟେନ ଅମରିନ୍ଦର ହାଇକମାଣ୍ଡଙ୍କୁ ବି ଜବାବ ଦେଇଛନ୍ତି । ୧୮ ପଏଂଟ କାର୍ଯ୍ୟକ୍ରମରେ ସେ କହିଛନ୍ତି, ସୋନିଆ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ବୈଠକ କରି ସେ ଜଣାଇଦେଇଥିଲେ ଯେ କଣ କାମ କରିଛନ୍ତି ।

Leave A Reply

Your email address will not be published.