ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ଆକାଶଠୁ ସ୍ଥଳ..ସବୁଠି ଶତ୍ରୁଙ୍କୁ ଦେବ ମାତ୍‌

0

ଆଜି ଭାରତ ଓ ସେନା ପାଇଁ ଏକ ବିଶେଷ ଦିନ । କାରଣ ଆଜି ଭାରତୀୟ ବାୟୁସେନାକୁ ସବୁଠୁ ହାଲୁକା ସ୍ୱଦେଶୀ ହେଲିକପ୍ଟର ମିଳିବାକୁ ଯାଉଛି । ଏବଂ ଗର୍ବର କଥା ହେଲେ, ଏହି ହେଲିକପ୍ଟର କୌଣସି ସ୍ଥାନରୁ କିଣାଯାଉନାହିଁ । ଏହାକୁ ଭାରତରେ ପ୍ରସ୍ତୁତ କରାଯାଇଛି । ଏବଂ ହେଲିକପ୍ଟରଟିର ଆକାଶଠୁ ନେଇକି ସ୍ଥଳ ସବୁଠି ଶତ୍ରୁଙ୍କୁ ନିପାତ କରିବାର କ୍ଷମତା ରହିଛି। ଲାଇଟ କମ୍ବାର୍ଟ ହେଲିକପ୍ଟରକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼(ଏଚଏଲ)ପ୍ରସ୍ତୁତ କରିଛି ।

ଆଜି ଉତ୍ତରପ୍ରଦେଶ ଝାଂସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ହେଲିକପ୍ଟରକୁ ବାୟୁ ସେନାକୁ ହସ୍ତାନ୍ତାର କରିବେ । ଜାଣନ୍ତୁ ଶତ୍ରୁକୁ ମାତ୍ ଦେବା ପାଇଁ ଏହି ହେଲିକପ୍ଟରର କଣ କ୍ଷମତା ରହିଛି ।
() ହେଲିକପ୍ଟରର ୧୫ରୁ ୧୬ ହଜାର ଉଚ୍ଚତାରେ ଉଡିବାର କ୍ଷମତା ରହିଛି।
() ଏହା ଏକମାତ୍ର ହେଲିକପ୍ଟର ଯାହା ଦୁନିଆର ସବୁଠୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚୀନ ଗ୍ଲାସିଅରରେ ଉଡାଣ ଭରିବା ସହ ଜରୁରୀକାଳୀନ ସ୍ଥିତିରେ ଉଚ୍ଚରେ ନାଁ କେବଳ ଅବତରଣ କରିପାରିବ,ଶତ୍ରୁକୁ ମଧ୍ୟ କଡା ଜବାବ ଦେଇପାରିବ ।
() ଅତ୍ୟଧିକ ଥଣ୍ଡାରେ ମାଇନସ ୫୦ ଡିଗ୍ରୀ ସେଲସିୟସଠୁ ନେଇକି ମରୁଭୂମୀରେ ୫୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ମଧ୍ୟ ଏହା ପ୍ରଭାବଶାଳୀ।
() ୧୩ ବର୍ଷର କଠିନ ପରିଶ୍ରମ ପରେ ଏହା ପ୍ରସ୍ତୁତ ହୋଇଛି।

ସାରା ଦେଶରେ ସ୍ୱତନ୍ତ୍ରତା ଦିବସର ୭୫ ବର୍ଷ ପୂରଣ ହେବା ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ଉତ୍ସବ ପାଳନ କରାଯାଉଛି । ୟୁପିର ଝାଂସୀରେ ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । କାର୍ଯ୍ୟକ୍ରମର ପ୍ରଥମ ଦିନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଝାସିଂ ପହଞ୍ଚି ଏହାର ଶୁଭାରମ୍ଭ କରିଥିଲେ । ଆଜି କାର୍ଯ୍ୟକ୍ରମର ଶେଷ ଦିନରେ ପ୍ରଧାନମନ୍ତ୍ରୀ ଝାଂସୀ ପହଞ୍ଚି ଦେଶରେ ତିଆରି ହୋଇଥିବା ଲାଇଟ କମ୍ବାର୍ଟ ହେଲିକପ୍ଟରକୁ ଭାରତୀୟ ବାୟୁସେନାରେ ସାମିଲ କରିବେ । ଏହା ସହିତ ଡ୍ରୋନର ଏକ ସାମଗ୍ରୀ ସେନା ମୁଖ୍ୟଙ୍କୁ ଦିଆଯିବ । ଯାହାର ଆବଶ୍ୟକତା ଭାରତ-ଚୀନ ସୀମାରେ କ୍ରମାଗତ ଅନୁଭବ କରାଯାଉଥିଲା ।

ହାଲୁକା ଯୁଦ୍ଧ ହେଲିକପ୍ଟର(ଏଲସିଏଚ)ରେ ୨୦ ମିମି ବନ୍ଧୁକ, ୭୦ ଏମଏମ ରକେଟ୍ ଏବଂ ଏୟାର ଟୁ ଏୟାର କ୍ଷେପଣାସ୍ତ୍ର ରହିଛି । ମିଶନ ସମୟରେ,ଏହି ହେଲିକପ୍ଟରକୁ ମାନୁଆଲ ଭାବେ ପରିଚାଳିତ କରାଯାଇପାରିବ । ଅର୍ଥାତ ୧୮୦ ଡିଗ୍ରୀରେ ଛିଡା କରାଯାଇପାରିବ ଏବଂ ଓଲଟା ବି କରାଯାଇପାରିବ । ଏହି ହେଲିକପ୍ଟରଟି ଯେକୌଣସି ପାଣିପାଗ ଓ ଜଳବାୟୁରେ କାମ କରିପାରିବ । ଏହି ହେଲିକପ୍ଟରଟି ର ମୂଲ୍ୟ ୧୫୦ କୋଟି ଟଙ୍କା ।ଅତି ହାଲୁକା ଏହି ହେଲିକପ୍ଟର ଶିଖର ଉପରେ ମିଶନକୁ ସହଜରେ କାର୍ଯ୍ୟକାରୀ କରିପାରିବ ।

Leave A Reply

Your email address will not be published.