ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବିଧାନସଭାରେ ଚାଲିଲା ହାଇଡ୍ରାମା…

0

ବିଧାନସଭା ଗୃ୍ହରେ ବାଜିଲା ଘଣ୍ଟ,ପଡିଲା ଗଙ୍ଗା ଜଳ । ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଆଜିକୁ ଚାରିଦିନ ହେବ ଚାଲିପାରୁନି ଗୃହ । ଆଜି ଗୃହରେ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ଘଣ୍ଟ ବଜାଇ ପ୍ରତିବାଦ କରାଯାଇଛି । କଂଗ୍ରେସ ସଦସ୍ୟ ଗୃହରେ ପୋଡିୟମ ଚାରିପଟେ ଗଙ୍ଗାଜଳ ଛିଞ୍ଚିଲେ। ତେବେ ବିରୋଧୀଙ୍କ ଏଭଳି ହଙ୍ଗାମା ଯୋଗୁଁ ପ୍ରତିଦିନ ଗୃହକୁ ମୁଲତବି କରିବାକୁ ପଡୁଛି । ଆଜି ବି ଦିନ ୪ଟା ଯାଏ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଚାରି ଦିନ ହେବ ବିରୋଧୀ ମାନେ ନିଜ ନିଜ ଜିଦରେ ଅଡି ବସିଛନ୍ତି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଜିଦରେ ଅଟଳ ରହିଛନ୍ତି ବିରୋଧୀ । ଫଳରେ ବିଧାସନଭସଭାରେ ଅଚଳାବସ୍ଥାରେ ଜାରି ରହିଛି । ଆଜ ଗୃହ ଆରମ୍ଭ ହେବା ମାତ୍ରେ ମନ୍ତ୍ରୀ ଦିବ୍ୟଶଙ୍କର ବହିଷ୍କାର ଦାବି କରି ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକ ହୋହାଲ୍ଳା କରିଥିଲେ । କଂଗ୍ରେସ ବିଧାୟକ ତାରାବାହିନୀ ପତି ପୂଜକ ବେଶରେ ଆସି ଗୃହରେ ପୋଡିୟମ ଚାରିପଟେ ଗଙ୍ଗାଜଳ ଛିଞ୍ଚିଲେ । ଆଉ ପଛରେ ଅନ୍ୟ ବିଧାୟକ ମାନେ ଘଣ୍ଟ ବଜାଇଥିଲେ ।

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଆସନରେ ଗଙ୍ଗାଜଳ ଛିଞ୍ଚି ଶୋଧନ କରିଥିବା କହିଛନ୍ତି ତାରା ବାହିନୀପତି । ମନ୍ତ୍ରୀ ଗୃହକୁ ଆସିବା ପରେ ପବିତ୍ର ଗୃହ ଅପବିତ୍ର ହୋଇଛି । ତେଣୁ ଗୃହରେ ଗଙ୍ଗାଜଳ,ଗୋବର ପାଣି ଛିଞ୍ଚି ପବିତ୍ର କରାଯାଇଥିବା କହିଛନ୍ତି । ସେହିପରି ବିଜେପି ବିଧାୟକ ମାନେ ମଧ୍ୟ ହାତରେ ପ୍ଲାକାର୍ଡ ଧରି ନାରାବାଜି ଦେଇଥିଲେ । ଗତ ତିନି ଦିନ ହେବ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା । ଗତକାଲି ମଧ୍ୟ ଗୃହ ବାହାରେ ବିଜେପି ବିଧାୟକ ଗୋବର ପାଣି ଓ ଗଙ୍ଗା ଜଳ ଛିଞ୍ଚିଲେ । ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତ୍ତି ରଖିବା ପରେ ମଧ୍ୟ ବିରୋଧୀ ହଟ୍ଟଗୋଳ ଜାରି ରଖିଛନ୍ତି ।

ଗତକାଲି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଅନୁରୋଧ କରିଥିଲେ । ମମିତା ପ୍ରସଙ୍ଗରେ ରାଜନୀତିକରଣ କରାନଯାଉ । ଏବଂ ଯିଏ ଦୋଷୀ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଥିଲେ । ଏପରିକି ଯଦି କାହା ପାଖରେ କିଛି ପ୍ରମାଣ ଅଛି କୋର୍ଟରେ ଦେବାକୁ କହିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଏହା ପରେ ବି ବିରୋଧୀ ମାନେ ଆଜି ଗୃହ ଆରମ୍ଭ ହେବା ମାତ୍ରେ ସମାନ ପ୍ରସଙ୍ଗରେ ହଟ୍ଟଗୋଳ ଓ ନାରାବାଜି ଦେଇଛନ୍ତି ।

Leave A Reply

Your email address will not be published.