ପ୍ରମୁଖ ଖବର

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ: ଶାର୍ପ ସୁଟର ସହ ୩ ଗିରଫ
ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଚି ଆସନ ଛାଡିଲେ ବିଜୟ
ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ସୁପ୍ରିୟା ସୁଲେଙ୍କ କାର୍‌କୁ ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ
ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ
ମୋଦୀଙ୍କ ଦେଶବାସୀଙ୍କୁ ଆହ୍ୱାନ:‘ଗୋଟିଏ ବର୍ଷ ‘ସୁନା କିଣନ୍ତୁ ନାହିଁ,ୱାର୍କ ଫ୍ରମ୍ ହୋମ୍‌ କରନ୍ତୁ -ଇନ୍ଧନ ସଞ୍ଚୟ କରନ୍ତୁ’

ଭାରତରେ ବଢିଲା ‘ଓମିକ୍ରନ’ ବିପଦ!

0

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ଓମିକ୍ରନ ଭ୍ୟାରିଆଣ୍ଟର ବିପଦ ଭାରତରେ ବଢିବାରେ ଲାଗିଛି। କର୍ଣ୍ଣାଟକରେ ଦୁଇ ଜଣ ଓମିକ୍ରନ ଭ୍ୟାରିଆ ରେ ସଂକ୍ରମିତ ଜଣାପଡିବା ପରେ ରାଜ୍ୟ ସରକାର କୋଭିଡ଼ ଗାଇଡଲାଇନ ଜାରି କରିଦେଇଛନ୍ତି। ମହାରାଷ୍ଟ୍ରରେ ମଧ୍ୟ ୩୦ ଜଣଙ୍କ ନମୂନା ଜେନମ ସ୍ୱିକେନ୍ସିଂ ପାଇଁ ପଠାଯାଇଛି। ତେବେ ରାଜସ୍ଥାନ ଜୟପୁରର ଗୋଟିଏ ପରିବାରର ୯ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ, ଯାହା ଚିନ୍ତାର କାରଣ ପାଲଟିଛି।

କର୍ଣ୍ଣାଟକରେ ଦୁଇ ଜଣ ଓମିକ୍ରମ ଭ୍ୟାରିଆ ସଂକ୍ରମିତ ଚିହ୍ନଟ ପରେ ଏହାକୁ ନେଇ ଭୟ ବଢିଯାଇଛି। ତେବେ ଏହାରି ଭିତରେ ବେଙ୍ଗାଲୁରୁକୁ ଦକ୍ଷିଣ ଆଫ୍ରିକାରୁ ୫୭ ଜଣ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ସହ ଯୋଗଯୋଗ ହୋଇପାରୁନାହିଁ। ଏହି ୧୦ ବିଦେଶ ଯାତ୍ରୀଙ୍କ ଫୋନ ମଧ୍ୟ ବନ୍ଦ ରହିଛି। ରାଜସ୍ଥାନ ଜୟପୁରରେ ଗୋଟିଏ ପରିବାର ୯ ଜଣ ଆକ୍ରାନ୍ତ ଥିବା ବେଳେ ଏମାନେ ଓମିକ୍ରନ ଭ୍ୟାରିଆ ରେ ସଂକ୍ରମିତ କି ନୁହେଁ ତାହା ଜଣାପଡିନି। ପରିବାରର ୪ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବେଳେ ସମସ୍ତ ଆକ୍ରାନ୍ତଙ୍କୁ ରାଜସ୍ଥାନ ୟୁନିଭର୍ସିଟି ଅଫ ହେଲ୍‌ଥ ସାଇନ୍ସରେ ସଙ୍ଗରୋଧରେ ରଖାଯାଇଛି।

ଦିଲ୍ଲୀରେ ମଧ୍ୟ ଦକ୍ଷିଣଆଫ୍ରିକାରୁ ଫେରିଥିବା ୧୨ ଯାତ୍ରୀଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଏମାନଙ୍କ ମଧ୍ୟରୁ କେହି ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ଥିବା ଜଣାପଡିନାହିଁ। କେବଳ ଜଣକୁ ଛାଡି ଅନ୍ୟ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି। ତାମିଲନାଡୁରେ ମଧ୍ୟ ବିଦେଶରୁ ଫେରିଥିବା ୩ ଯାତ୍ରୀ କରୋନା ସଂକ୍ରମିତ ଅଛନ୍ତି। ସେମାନଙ୍କ ମଧ୍ୟରେ ଗୋଟେ ଛୋଟ ଛୁଆ ରହିଛି।

ଓମିକ୍ରନକୁ ନେଇ ପଶ୍ଚିମବଙ୍ଗ ଓ ଜମ୍ମୁ କାଶ୍ମୀରରେ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି । ଓମିକ୍ରନ ପ୍ରଭାବିତ ଦେଶରୁ ପଶ୍ଚିମବଙ୍ଗ ଫେରିଥିଲେ ୭ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ଜମ୍ମୁକାଶ୍ମୀରରେ ମଧ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ହାଇ ରିସ୍କ ଦେଶରୁ ଫେରିଥିବା ଯାତ୍ରୀ କରୋନା ରିପୋର୍ଟ ନେଗେଟିଭ ଥିଲେ ଘରୋଇ ସଙ୍ଗରୋଧରେ ରହିବେ। ଏହା ସହିତ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.