ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ପ୍ରତିଶୋଧ ପାଇଁ ସୁପାରୀ!

0

ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୪ ଜଣଙ୍କୁ ଅଟକ ରଖିଛି ପୁଲିସ । ଦୁଇ ଷଡଯନ୍ତ୍ରକାରୀଙ୍କ ସମେତ ପୁଲିସ ୪ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଏତଲାକୁ ଭିତ୍ତି କରି ଏମାନଙ୍କୁ ପୁଲିସ ଅଟକ ରଖିଛି । ଏମାନଙ୍କ ଭିତରେ ଦୁଇ ଜଣ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ଥିବା ଜଣାପଡିଛି । ତେବେ ବଡ଼ କଥା ହେଲା,ଏହି ହତ୍ୟାକାଣ୍ଡ ପାଇଁ ୩୦ ଲକ୍ଷ ଟଙ୍କା ସୁପାରୀ ଦିଆଯାଇଥିବା ବେଳେ ୨ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା । ତେବେ ହତ୍ୟାକାଣ୍ଡ ସହ ସଂପୃକ୍ତ ଥିବା ହତ୍ୟାକାରୀଙ୍କ ପାଖରେ ସିଧାସଳଖ ପହଞ୍ଚି ପାରିନି ପୁଲିସ । କାଳିଆ ସିଂହାରୀ ଓ ଦୋଳଗୋବିନ୍ଦଙ୍କୁ ପୁଲିସ ଅଟକ ରଖିବା, ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ଦିଗକୁ ସୂଚାଉଛି ।

ଗତ ବୁଧବାର କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଦିନ ଦ୍ୱିପହରରେ ଗୁଳି କରିଥିଲେ ଦୁର୍ବୃତ୍ତ। ଏହି ଗୁଳିକାଣ୍ଡ ପରେ ଦୋହଲିଯାଇଥିଲା ପୁରୀ । ଘଟଣାସ୍ଥଳରୁ ରକ୍ତଜୁଡୁବୁଡୁ କାଗଜ,ଚପଲ ଓ ୪ଟି ଖୋକା ଜବତ କରିଥିଲା ଫରେନସିକ ଟିମ୍ । ୨୦୧୨ରେ ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ ମାମଲା ସହ ଏହି ହତ୍ୟାକାଣ୍ଡର ସଂପୃକ୍ତ ଥିବା ସନ୍ଦେହ କରାଯାଇଥିଲା । କୃଷ୍ଣ ପ୍ରତିହାରୀଙ୍କ ଭାଇ ପୁରୀ ଟାଉନ ଥାନାରେ ଏକ ମାମଲା ଦାୟର କରିଥିଲେ। ଏଫଆଇଆରରେ ଟୁଟୁ, କୁନୁମୁନି, ବାବା ମହାପାତ୍ର ଓ ହରିପଣ୍ଡା ଗୁଳିମାଡ଼ କରିଥିବା ଉଲ୍ଲେଖ କରାଯାଇଥିଲା । ।

Leave A Reply

Your email address will not be published.