ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

କ୍ୟାମେରାମ୍ୟାନଙ୍କ କିଲର: ପୁଲିସ ଜାଲରେ ପୂର୍ବତନ ବଡ଼ ଅଫିସର

0

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଖୁଲାସା ହୋଇଛି। ସାମ୍ବାଦିକ ସମ୍ମିଳନୀ କରି ଭଦ୍ରକ ଚାନ୍ଦବାଲି ପୁଲିସ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି। ମାମଲାରେ ୨ ଜଣଙ୍କୁ ଗିରଫ କରିଛି ଭଦ୍ରକ ଚାନ୍ଦବାଲି ପୁଲିସ। ତେବେ ବଡ଼ କଥା ହେଲା ଏହି ମାମଲା ଅବସରପ୍ରାପ୍ତ ଓଆଇଏସ ଅଫିସର ନିରଞ୍ଜନ ସେଠୀଙ୍କୁ ଗିରଫ କରାଯାଇଛି। ହତ୍ୟା ଯୋଜନା ସହ ମୃତଦେହ ନଷ୍ଟ କରିବାରେ ନିରଞ୍ଜନ ସମ୍ପୃକ୍ତ ଅଛନ୍ତି। ଏହା ସହ ରାଜ କମ୍ୟୁନିକେସନର ମୁଖ୍ୟ ରଞ୍ଜନ ନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି। ଏବେ ଯାଏ ଏହି ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କଲାଣି।

ମାନସ ହତ୍ୟାରେ ନିରଞ୍ଜନ ସେଠୀଙ୍କ ସମ୍ପୂର୍ଣ୍ଣ ଭୂମିକା ରହିଥିଲା। ହତ୍ୟା ଯୋଜନା କରିବା ସହ ମାଡ଼ ମାରିବା ଓ ଶବ ପୋତିବାରେ ହାତ ଥିଲା ନିରଞ୍ଜନଙ୍କର। ମାନସକୁ ଅପହରଣ କରିବାକୁ ନିରଞ୍ଜନ ଆସିନଥିଲେ। କିନ୍ତୁ ଭୁବନେଶ୍ୱର ଦୟାଲ ଆଶ୍ରମକୁ ନିଆଗଲା ପରେ ସେଠାରେ ନିରଞ୍ଜନ ଥିଲେ।ନିରଞ୍ଜନ ମାନସଙ୍କୁ ମାଡ଼ ମାରିଥିବା ପୁଲିସକୁ ପ୍ରମାଣ ମିଳିଛି । ମାନସଙ୍କୁ ହାତରେ ଓ ଘାତକ ଅସ୍ତ୍ରରେ ମାଡ଼ କରାଯାଇଛି। ମାନସଙ୍କ ମୃତ୍ୟୁ ପରେ ବି ତାଙ୍କ ଶବ ପୋତିବାରେ ନିରଞ୍ଜନଙ୍କ ଭୂମିକା ଥିଲା। ଗୋଟିଏ ଚିପ୍ ପାଇଁ ଏସବୁ ଘଟଣା ଘଟିଥିବା କହିଛନ୍ତି ଅତିରିକ୍ତ ଏସପି।

ତେବେ ଚିପ୍‌ରେ ଅଶ୍ଲୀଳ ଭିଡିଓ ଥିଲା କି ପ୍ରଶ୍ନରେ ଅତିରିକ୍ତ ଏସପି କହିଛନ୍ତି ଯେ, ଏ ସମ୍ପର୍କରେ ଆମ ଅନୁସନ୍ଧାନରେ ସେମିତି କିଛି ମିଳିନି। ତେବେ ଦୟାଲ ଆଶ୍ରମରେ ହିଁ ମାନସଙ୍କୁ ହତ୍ୟା କରାଯାଇଛି। ତେବେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଖୋଜା ଚାଲିଥିବା କହିଛନ୍ତି ଭଦ୍ରକ ଏଏସପି। ଏକ ୱେବ ଚ୍ୟାନେଲର ମାଲିକାଣୀ ହେଉଛନ୍ତି ଶର୍ମିଷ୍ଠା ରାଉତ। ଶର୍ମିଷ୍ଠାଙ୍କ ସହ ଆଉ ଜଣେ ମହିଳା ସହଯୋଗୀଙ୍କୁ ବି ଖୋଜା ଚାଲିଛି। ଘଟଣାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଗଲାଣି। ଏବେ କିନ୍ତୁ ଶର୍ମିଷ୍ଠା ଓ ଜଣେ ମହିଳା ସହଯୋଗୀ ଫେରାର ଅଛନ୍ତି।

Leave A Reply

Your email address will not be published.