ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

“ସାମ୍ବାଦିକଙ୍କୁ ତୁରନ୍ତ ଲୋକସେବା ଭବନ ଛାଡ”

0

ସାମ୍ବାଦିକଙ୍କୁ କାହିଁକି ଛଡାଯିବନି ଲୋକସେବା ଭବନ ? ମହାମାରୀ କରୋନା କମିଛି । ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେଲାଣି । ସାମ୍ବାଦିକଙ୍କ ପାଇଁ କାହିଁକି ଏ କଟକଣା ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀା ଆଜି ବିଧାନସଭା ଶୂନ୍ୟକାଳରେ ଉଭୟ ବିଜେପି ଓ କଂଗ୍ରେସ ଲୋକସେବା ଭବନ ଓ ବିଧାନସଭା ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ଛଡାନଯିବା ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗରେ ଗୃହରେ ଉଦବେଗ ପ୍ରକାଶ କରିଥିଲେ । ତୁରନ୍ତ ସାମ୍ବାଦିକଙ୍କୁ ଲୋକସେବା ଭବନ ଛାଡିବାକୁ କହିଥିଲେ । କରୋନା କମିଲାଣି, ରାଜନୈତିକ କାର୍ଯ୍ୟକ୍ରମ ଚାଲିଛି । ଏଭଳି ସ୍ଥିତିରେ କାହିଁକି ସାମ୍ବାଦିକଙ୍କୁ ଛଡାଯିବନି ବୋଲି ସେ ପ୍ରଶ୍ନ କରିଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଥିଲେ, ସାମ୍ବାଦିକଙ୍କୁ ନଛାଡିବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ । ସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ଦାବି କରିଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା । ସାମ୍ବାଦିକଙ୍କ ବ୍ୟତୀତ ଲୋକସେବା ଭବନକୁ କାମରେ ଆସୁଥିବା ଅନ୍ୟ ଲୋକଙ୍କ ପ୍ରବେଶ ମଧ୍ୟ ବାରଣ କରାଯାଇଥିଲା । ହେଲେ ଏବେ ସଂକ୍ରମଣ କମିଥିବା ବେଳେ, କଟକଣା ବି କୋହଳ ହୋଇଛି । ଏଭଳି ସ୍ଥିତିରେ ସାମ୍ବାଦିକଙ୍କୁ କାହିଁକି ଲୋକସେବା ଭବନକୁ ଛଡାଯିବନି ବୋଲି ବିରୋଧୀ କ୍ଷୋଭ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.