ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ପ୍ରଫୁଲ୍ଲ କର ଆଉନାହାନ୍ତି

0

ଭୁବନେଶ୍ବର: ନିଜର ଚମତ୍କାର ସ୍ୱର ପାଇଁ ଜଣାଶୁଣା; ଓଡିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ପୃଷ୍ଠପୋଷକ, ବିଶିଷ୍ଟ ସଙ୍ଗୀତଜ୍ଞ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପ୍ରଫୁଲ୍ଲ କରଙ୍କର ଆଜି ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ଓଡ଼ିଶାର ଏହି ବିଶିଷ୍ଟ ସଙ୍ଗୀତଜ୍ଞଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଭୁବନେଶ୍ବରସ୍ଥିତ ସତ୍ୟନଗର ବାସଭବନରେ ସ୍ବର୍ଗତ କରଙ୍କ ମରଶରୀର ଏବେ ପ୍ରଫୁଲ୍ଲ ପ୍ରେମୀଙ୍କ ପାଇଁ ରଖାଯାଇଛି। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ୧୯୩୯ ମସିହା ଫେବ୍ରୁଆରି ୧୬ ତାରିଖରେ ପୁରୀରେ ଜନ୍ମିତ ଶ୍ରୀ କରଙ୍କ ବିୟୋଗ ଖବର ଓଡ଼ିଶାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। କମଳଦେଶ ରାଜକୁମାର ଠାରୁ ଆରମ୍ଭ କରି କାଳି କପାଳି ନର ମୁଣ୍ଡ ମାଳି, ବାଧିଲା ଜାଣି କ୍ଷମା, ଗୋଡ ଯୋଡିକ ଥାଇ ବୋଇଲେ, ଗୁଲୁଗୁଲି …ଉମେଇପୁଷି…ଭୁଜ ତଳେ ମୋତେ ରଖ ମହାବାହୁ ଏମିତି ଶହ ଶହ ଗୀତ, ଭଜନ ସମସ୍ତଙ୍କର ମନେ ପଡିଯାଉଛି।

ଲଗାତାର ଆଠ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଏହି ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଯେଉଁ ବିରଳ ରେକର୍ଡ ହାସଲ କରିଛନ୍ତି, ତାହା ରାଜ୍ୟର ଆଉ କାହା ଭାଗ୍ୟରେ ଘଟିନାହିଁ। ଓଡ଼ିଶାର ପ୍ରତି ଘରେ ପରିଚିତ ଏହି ନିଆରା କଣ୍ଠସ୍ବର। ପ୍ରଫୁଲ୍ଲ କର ୭୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ଏବଂ ଶହ ଶହ ଚଳଚ୍ଚିତ୍ର, ରେଡିଓ, ଆଲବମ୍ ଏବଂ ଭଜନ ଗାନ କରିଛନ୍ତି। ତାଙ୍କ ନିର୍ଦେଶିତ ଆଲବମ୍ ପ୍ରଭାସୁରୁପା ହଇଚଇ ସୃଷ୍ଟି କରିଥିଲା। ପାଖାପାଖି ୧୦ଲକ୍ଷ କ୍ୟାସେଟ୍ ବିକ୍ରି ହୋଇଥିଲା। ପୁରୀରେ ଭଜନ ସମାରୋହ ଠାରୁ ଆରମ୍ଭ କରି ଅନେକ ମଞ୍ଚ ସହିତ ତାଙ୍କର ପ୍ରତ୍ୟକ୍ଷ ସଂପୃକ୍ତି ରହିଥିଲା।

ବୈଦ୍ୟନାଥ କର ଏବଂ ସୁଶୀଳା କରଙ୍କ ଔରସରୁ ଜନ୍ମିତ ପ୍ରଫୁଲ୍ଲ କର ଦୀର୍ଘ ୬ଦଶନ୍ଧି ଧରି ଓଡ଼ିଶା ସଙ୍ଗୀତ ଜଗତ ସହିତ ଯୋଡି ହୋଇରହିଥଲେ। ତାଙ୍କ ମାମୁଁ କ୍ଷେତ୍ରମୋହନ କର ଜଣେ ପ୍ରସିଦ୍ଧ ତବଲା ବାଦକ ଥିଲେ। ଅଳ୍ପ ବୟସରେ ବାପାଙ୍କୁ ହରାଇଥିବା ପ୍ରଫୁଲ୍ଲ ତାଙ୍କର ଜେଜେ ବାପା ଭଗବାନ କର ଓ ଜେଜେ ମାଆ ଅପଣ୍ଣା ଦେବୀଙ୍କ ସହଯୋଗରେ ଆଗକୁ ବଢ଼ିଥିଲେ।

ଶ୍ରୀ କରଙ୍କର ରାଜନୀତିରେ ମଧ୍ୟ ରୁଚି ଥିଲା। ସେ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଶେଷ ସମୟରେ ଜଣେ ସ୍ତମ୍ଭକାର ଭାବେ ମଧ୍ୟ ଓଡ଼ିଶା ଗଣମାଧ୍ୟମ ତାଙ୍କୁ ଦେଖିଥିଲା। ତାଙ୍କ ସ୍ମୃତିରେ କିଛି ବର୍ଷ ହେଲା ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଉଛି। ୨୦୧୫ରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

Leave A Reply

Your email address will not be published.