ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ପାଣିପାଗ ସଂପର୍କରେ କିଛି ନୂଆ ଖବର

0

ଭୁବନେଶ୍ବର: ଆଜି ଦକ୍ଷିଣ ଆଣ୍ଡାମାନସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପାଣିପାଗ ବିଭାଗ ଏ ନେଇ ପୂର୍ବାନୁମାନ କରିଛି। ଏହା ଆସନ୍ତା ୬ ତାରିଖ ସୁଦ୍ଧା ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ଅଧିକ। କେବଳ ସେତିକି ନୁହେଁ, ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ଏହା ଯେ ବାତ୍ୟା ରୂପ ନେବ, ଏଥିରେ ସନ୍ଦେହ ନାହିଁ। ତେବେ କେତେ ପ୍ରବଳ ହେବ, କେଉଁ ଅଞ୍ଚଳକୁ ଛୁଇଁବ, ସେ ନେଇ ଆସନ୍ତା ୪୮ ଘଣ୍ଟାରେ ଗୋଟିଏ ସ୍ପଷ୍ଟ ଚିତ୍ର ମିଳିପାରେ।

ତେବେ ପାଣିପାଗ ବିଜ୍ଞାନ କେନ୍ଦ୍ର ଟ୍ବିଟର ୨୧୫ କିଲୋମିଟର ବେଗରେ ୨୦୧୯ ମେ’ ୩ ତାରିଖରେ ହୋଇଥିବା ବାତ୍ୟା କଥା ମନେ ପକାଇ ଦେଇଛି। ଏଥିରେ କୁହାଯାଇଛି ଯେ ୧୯୬୫ ପରେ ଏହା ମେ’ ମାସରେ ସବୁଠାରୁ ବଡ ବାତ୍ୟା ଥିଲା, ଯାହାର ଗତିପଥ ପାଖାପାଖି ୩୦୩୦ କିଲୋମିଟର ଲମ୍ବା ଥିଲା। ଏଣୁ ଏଥର ଯେ ବଡ ବାତ୍ୟା ଆସିପାରେ, ଏ ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ସ୍କାଏମେଟ୍ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡି଼ବନି ବୋଲି ଆକଳନ କରୁଥିବା ବେଳେ ଓ୍ବିଣ୍ଡ୍ ଆପ୍ ପଶ୍ଚିମବଙ୍ଗ ଆଡ଼କୁ ସଙ୍କେତ ଦେଉଛି।

ଏପଟେ ପ୍ରବଳ ଗ୍ରୀଷ୍ମ ପରେ ଗତକାଲିଠାରୁ ରାଜ୍ୟରେ କାଳବୈଶାଖୀ ଆରମ୍ଭ ହୋଇଯାଇଛି। ରାଜଧାନୀ ଭୁବନେଶ୍ବରରେ ବି ଗତକାଲି ରାତିରେ ଭୀଷଣ ବର୍ଷା ହୋଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଜି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିଭଳି କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.