ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଆଇନ ଜାଲରେ ନେତା, ମନ୍ତ୍ରୀ, ବିଧାୟକ

0

ଏ ପାଳିରେ ପାଞ୍ଚ ବିଧାୟକ ଗିରଫ ହୋଇସାରିଲେଣି

ଚାରି ମନ୍ତ୍ରୀଙ୍କୁ ନେଇ ଓଡ଼ିଶାରେ ଏଯାଏ ଚର୍ଚ୍ଚା ଥମିନାହିଁ

ପ୍ରକାଶ ମାଝୀଙ୍କୁ ଗିରଫ ନେଇ ଚାପ ବଢ଼ିବାରେ ଲାଗିଛି

ଭୁବନେଶ୍ବର: ଜଣେ ପରେ ଜଣେ ବିଧାୟକ ଭୁଲ୍ କାମ ପାଇଁ ଏବେ ଚର୍ଚ୍ଚାରେ। ନିର୍ବାଚନର ତିନିବର୍ଷ ଛୁଇଁନି, ଦଳମତ ନିର୍ବିଶେଷରେ ଏକାଧିକ ବିଧାୟକ ଜେଲ ଗଲେଣି। ସଂପ୍ରତି ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ ଜେଲରେ ଥିବା ବେଳେ ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ ଆସିଲାଣି। ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ନବରଙ୍ଗପୁର ରାଜନୀତି ଏବେ କମ୍ପୁଛି।

ଭୁବନେଶ୍ବର ଜାଗମରା ଅଞ୍ଚଳର ଜଣେ ମହିଳାଙ୍କ ସହିତ ବିଧାୟକଙ୍କ ଅନୈତିକ ସଂପର୍କ ଅଭିଯୋଗ ଓ ପୁଲିସ ଏତଲା ନ ରଖିବା ଘଟଣାକୁ ନେଇ କଂଗ୍ରେସ ଓ ବିଜେପି ଏବି ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି।ତୁରନ୍ତ ମହିଳାଙ୍କ ବୟାନ ସଂଗ୍ରହ ସହିତ ମାମଲା ରୁଜୁ କରି ବିଧାୟକଙ୍କୁ ଗିରଫ କରାନଗଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଚେତାବନୀ ଦେଇଛନ୍ତି।

ସେହିପରି ବିଜେପି ଜିଲ୍ଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଯେ ଯଦି ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ ବିଡିଓଙ୍କୁ ବାଡେଇଲେ ବୋଲି ତାଙ୍କ ନାମରେ ମାମଲା ରୁଜୁ ହେଲା ଓ ସେ ଗିରଫ ହେଲେ, ପ୍ରକାଶ ମାଝୀ କାହିଁକି ବନ୍ଧା ହେବେନି? ଅଭିଯୋଗର ୨୪ ଘଣ୍ଟା ଭିତରେ ପୁଲିସ ମାମଲା ରୁଡୁ ନ କରିବା ଘଟଣା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରି ଶ୍ରୀ ବିଷୋୟୀ ଭିଜିଲାନ୍ସ ମାମଲା ଚାଲିଥିବା ବିଧାୟକ ମନୋହର ରନ୍ଧାରୀଙ୍କ କଥା ବି ଉଠାଇଛନ୍ତି। ଏହି ଘଟଣାରେ ଭିଜିଲାନ୍ସ ତଦନ୍ତ ବେଶ ମନ୍ଥର ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ ଗିରଫ କରିଥିଲା। ବିଜେଡି ବିଧାୟକ ଶ୍ରୀ ଜଗଦେବ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେବା ଅଭିଯୋଗରେ ବନ୍ଧା ହୋଇଥିଲେ। ଏବେ ଯାଏ ତାଙ୍କୁ ନିୟମିତ ବେଲ୍ ମିଳିପାରିନାହିଁ। ସେହିପରି ବଲାଙ୍ଗୀର ପାଟଣାଗଡର ବିଜେପି ବିଧାୟକ ସରୋଜ ମେହେରଙ୍କୁ ବି ଗିରଫ ହେବାକୁ ପଡ଼ିଥିଲା। ସର୍ବସାଧାରଣରେ ଜଣେ ଯନ୍ତ୍ରୀଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ସହିତ ବସଉଠ କରାଇବା ଅଭିଯୋଗରେ ତାଙ୍କୁ ପୁଲିସ ବାନ୍ଧିଥିଲା। ବିଜେଡିର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିବା ଘଟଣା ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା। ସେହିପରି ସରକାରୀ କର୍ମଚାରୀଙ୍କୁ ମାଡ ମାରି ବାରିପଦା ବିଧାୟକ ପ୍ରକାଶ ସୋରେନ୍ ବନ୍ଧା ହୋଇଥିଲେ।

ଏଠାରେ ଉଲ୍ଲେଖଥାଉକି, ଏମାନଙ୍କୁ ବାଦ୍ ଦେଇ ମମିତା ମେହେର ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା, ରୋଷେୟା ମୃତ୍ୟୁ ଘଟଣାରେ ମନ୍ତ୍ରୀ ନବ କିଶୋର ଦାସ ଏବଂ ପରୀ ମୃତ୍ୟୁ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ହେଲେ ପୁଲିସ ଏହି ଘଟଣାରେ କାହାକୁ ବି ଗିରଫ କରିନାହିଁ କିମ୍ବା କାର୍ଯ୍ୟାନୁଷ୍ଠାନ ନେଇନାହିଁ।

ଦିନକୁ ଦିନ ମନ୍ତ୍ରୀ, ବିଧାୟକ ଭୁଲ କାରଣ ପାଇଁ ଚର୍ଚ୍ଚାକୁ ଆସିବା ଭଲ ଖବର ନୁହେଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖିଛନ୍ତି। ଦଳମତ ନିର୍ବିଶେଷରେ ଶୀର୍ଷ ନେତୃତ୍ବ ଏ ସଂକ୍ରାନ୍ତରେ ନେତାମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ଉଚିତ୍ ବୋଲି ଏହି ମହଲରେ କୁହାଯାଇଛି। ଅନ୍ୟଥା ଗଣତନ୍ତ୍ର ପ୍ରତି ଆସ୍ଥା ଓ ବିଶ୍ବାସ କମିଯିବ ଏବଂ ଲୋକେ ଆଇନକୁ ହାତକୁ ନେବାକୁ ବେଶୀ ସମୟ ନେବେ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି।

ପୂର୍ବ ସରକାରରେ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ବାଳ,, ପ୍ରଦୀପ ମହାରଥୀ ଏବଂ ରମେଶ ଜେନାଙ୍କୁ ପୁଲିସ ବାନ୍ଧିଥିଲା। ସେହିପରି ପୂର୍ବତନ ବିଧାୟକ ଅନୁପ ସାଏ, ସଞ୍ଜୀବ ପ୍ରଧାନ, ଅନାମ ନାଏକ, ଦେବେନ୍ଦ୍ର କହଁର ଗିରଫ ହେବାର ନଜିର ରହିଛି। କନ୍ଧମାଳର ପୂର୍ବତନ ବିଧାୟକ ମନୋଜ ପ୍ରଧାନଙ୍କୁ ବି ପୁଲିସ ଗିରଫ କରିଥିଲା।

Leave A Reply

Your email address will not be published.