ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ମାଣିକ ଶାହା ହେବେ ତ୍ରିପୁରାର ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ : ତ୍ରିପୁରା ରାଜନୀତିରେ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଇସ୍ତଫା ଦେଇଛନ୍ତି। ବିପ୍ଲବ ଦେବଙ୍କ ଇସ୍ତଫା ପରେ ଅନେକ ନାଁକୁ ନେଇ ଚର୍ଚ୍ଚା ଚାଲିଥିଲା , ଯେଉଁଥିରେ ମାଣିକ ଶାହାଙ୍କ ନାଁ ମଧ୍ୟ ସାମିଲ ଥିଲା । ଆଜି ରାଜ୍ୟ ବିଜେପି ବିଧାୟକ ଦଳର ନେତା ଭାବେ ସେ ନିର୍ବାଚିତ ହୋଇଛନ୍ତି । ତେବେ ଏହା ପୂର୍ବରୁ ବିପ୍ଲବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଆଉ ଏହାର ମାତ୍ର କିଛି ଘଣ୍ଟା ପରେ ମାନିକ ଶାହାଙ୍କୁ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି ବିଜେପି।

ଅନ୍ୟପଟେ ବିପ୍ଲବ ଦେବ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ଏବେ ତ୍ରିପୁରା ରାଜ୍ୟ ବିଜେପିର ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କୁ ଦଳର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଗକୁ ତ୍ରିପୁରାରେ ନିର୍ବାଚନ ହେବାକୁ ଥିବାରୁ ବିଜେପି ଏହି ଗୋଟିଚାଳନା କରୁଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ବିପ୍ଲବ ଦେବ ଗତ ଶୁକ୍ରବାର ଦିଲ୍ଲୀ ଆସି ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହାଙ୍କୁ ଭେଟିଥିଲେ । ଆଜି ସେ ଦିଲ୍ଲୀରୁ ଫେରିବା ପରେ ଇସ୍ତଫା ଦେଇଥିବାରୁ ତାଙ୍କ ଇସ୍ତଫା ଦେବା ପାଇଁ କୁହାଯାଇଥିବା ଅନୁମାନ କରାଯାଉଛି । ତେବେ ଇସ୍ତଫା ଦେବା ପରେ ବିପ୍ଳବ ଦେବ କହିଛନ୍ତି, ଦଳର ନିଷ୍ପତି ସର୍ବୋପରି, ସେ ସଙ୍ଗଠନ ପାଇଁ କାର୍ଯ୍ୟ ଜାରି ରଖିବେ । ୨୦୧୮ରେ ବିଜେପି ତ୍ରିପୁରାରେ ନିର୍ବାଚନ ଜିତିବା ପରେ ବିପ୍ଲବ ଦେବ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Leave A Reply

Your email address will not be published.