ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ଜେଲରେ ସିଦ୍ଧୁଙ୍କୁ ମିଳିଲା କିରାଣି ଚାକିରି

0

ଚଣ୍ଡିଗଡ: କ୍ରିକେଟର୍‌ରୁ କଂଗ୍ରେସ ନେତା ଆଉ ଏବେ କିରାଣି ପାଲଟିଲେ ନବଜୋତ ସିଂହ ସିଦ୍ଧୁ। ୩୪ ବର୍ଷ ତଳର ଏକ ମାମଲାକୁ ନେଇ ବର୍ତ୍ତମାନ କଂଗ୍ରେସ ନେତା ସିଦ୍ଧୁ ପଟିଆଲା ଜେଲ୍‌ରେ ସଜା କାଟୁଛନ୍ତି। ଜେଲ୍‌ରେ ରହି ଏବେ ସିଦ୍ଧୁ କିରାଣି କାମ କରିବେ। ଜେଲ ଅଫିସର କାଗଜପତ୍ର ଦେଖିବେ ସିଦ୍ଧୁ।

ଏଥିପାଇଁ ସିଦ୍ଧୁଙ୍କୁ ୩ ମାସ ତାଲିମ ଦିଆଯିବ। ଅଦାଲତର ଦୀର୍ଘ ରାୟଗୁଡ଼ିକୁ କେମିତି ସଂକ୍ଷିପ୍ତ କରିବାକୁ ପଡ଼ିବ ଏବଂ ଜେଲ୍‌ ରେକର୍ଡଗୁଡ଼ିକୁ କିଭଳି ସଜାଡ଼ି ରଖାଯିବ ସେ ବିଷୟରେ ସିଦ୍ଧୁଙ୍କୁ ଶିକ୍ଷା ଦିଆଯିବ। ଜେଲ୍‌ ‘ମାନୁଆଲ୍‌’ ଅନୁସାରେ, ପ୍ରଥମ ୯୦ ଦିନ ପାଇଁ ସିଦ୍ଧୁଙ୍କୁ କୌଣସି ପ୍ରାପ୍ୟ ମିଳିବ ନାହିଁ। ତାଲିମ ଶେଷ ହେଲେ, ସେ ଦୈନିକ ୪୦ ଟଙ୍କାରୁ ୫୦ ଟଙ୍କା ପାରିଶ୍ରମିକ ପାଇବେ। ତାଙ୍କର ଦକ୍ଷତାକୁ ଆଧାର କରି ମୂଲ୍ୟାୟନ ହେବାକୁ ଥିବା ଏହି ପାରିଶ୍ରମି ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଜମା କରାଯିବ।

ଜେଲ୍‌ ଅଧିକାରୀମାନଙ୍କ କହିବା ଅନୁସାରେ, ନିରାପତ୍ତା କାରଣରୁ ସିଦ୍ଧୁ କେବଳ ନିଜ ଜେଲ୍‌ କୋଠରିରେ ଥାଇ ଦୁଇଟି ସିଫ୍ଟ୍‌ରେ କାମ କରିବେ। ପ୍ରଥମ ସିଫ୍ଟ୍‌ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଦ୍ବିତୀୟ ସିଫ୍ଟ୍‌ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୫ଟା।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ମେଡିକାଲ୍‌ ବୋର୍ଡ ସିଦ୍ଧୁଙ୍କ ‘ଡାଏଟ୍‌ ପ୍ଲାନ୍‌’କୁ ଅନୁମୋଦନ କରିଛନ୍ତି। ତାଙ୍କୁ ଅଳ୍ପ ତେଲଯୁକ୍ତ ଅଧିକ ତନ୍ତୁଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି। ଜେଲ୍‌ରେ ସକାଳେ ତାଙ୍କୁ ‘ରୋଜ୍‌ମେରି’ ଚା ଏବଂ ଶୋଇବାକୁ ଯିବା ବେଳେ ‘କ୍ୟାମୋମାଇଲ୍‌’ ଚା ଦିଆଯିବ।

Leave A Reply

Your email address will not be published.