ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଭୟଙ୍କର ସିରିଜ ଦୁର୍ଘଟଣା, ୩ ମୃତ ୫ ଗୁରୁତର

0

ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡ଼ିରିଣୀ ଛକ ନିକଟରେ ଆଜି ସକାଳୁ ଭୟଙ୍କର ସିରିଜି ଦୁର୍ଘଟଣା ଘଟିଛି ।  ଏକ ତେଲ ଟ୍ୟାଙ୍କର, ସ୍କର୍ପିଓ ସହ ଧକ୍କା ହୋଇଥିଲା। ପରେ ସ୍କର୍ପିଓଟି  କାର୍‌ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ସ୍କର୍ପିଓରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାର୍‌ରେ ଥିବା ୫ ଜଣ ଗୁରୁତର ହୋଇଛନ୍ତି।

ସୂଚନାଯୋଗ୍ୟ; ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ତେଲ ଟ୍ୟାଙ୍କରଟି ସାମନା ପଟୁ ପ୍ରଥମେ ଏକ ସ୍କର୍ପିଓକୁ ପିଟିଥିଲା । ତେଲ ଟ୍ୟାଙ୍କରର ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ତାହା ସ୍କର୍ପିଓରେ ପିଟି ହୋଇଥିବା ପ୍ରତ୍ୟକ୍ଷର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଟ୍ୟାଙ୍କର ମାଡ଼ରେ ଭାଙ୍ଗି ଚୁରମାର ହୋଇଯାଇଥିବା ସ୍କର୍ପିଓଟି ପାଖରେ ଯାଉଥିବା ଏକ କାର୍‌ରେ ପିଟି ହୋଇ ଯାଇଥିଲା। ଉଭୟ ସ୍କର୍ପିଓ ଓ କାର୍‌ ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଆସୁଥିବାର ଜଣାଯାଇଛି।

ଦୁର୍ଘଟଣାରେ, ସ୍କର୍ପିଓରେ ଥିବା ୩ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ଓ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଛି। କାର୍‌ରେ ଥିବା ୫ ଜଣ ଗୁରୁତର ହୋଇପଡ଼ିଛନ୍ତି। ସ୍ଥାନୀୟ ଲୋକେ ଓ ପୁଲିସ୍‌ ତୁରନ୍ତ ପହଞ୍ଚି ଗୁରତରଙ୍କୁ ସୋର ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ମହିଳା ଓ ୨ ପୁରୁଷ ଅଛନ୍ତି ।

ତେଲ ଟ୍ୟାଙ୍କର ମାଡ଼ରେ ସ୍କର୍ପିଓଟି ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ତା’ ଭିତରେ ମୃତଦେହଗୁଡ଼ିକ ଚାପି ହୋଇଯାଇଥିଲା। ଦୀର୍ଘ ସମୟ ପରିଶ୍ରମ ପରେ ଗାଡ଼ି କଟାଯାଇ ମୃତଦେହକୁ ବାହାର କରାଯାଇଥିଲା। ଘଟଣାସ୍ଥଳରେ ସୋର ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିଯୋଗୁ ଜାତୀୟ ରାଜପଥରେ ଯାତାୟତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।

Leave A Reply

Your email address will not be published.