ଭୁବନେଶ୍ୱର: କଟକର ପୁରୀଘାଟ ଥାନା ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଏବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଅଡୁଆରେ ପଡିଛନ୍ତି । ଏହି ମାମଲାଟି ଏବେ ନୂଆ ମୋଡ଼ ନେଇଛି । କେବଳ ସେତିକି ନୁହେଁ, ପ୍ରସଙ୍ଗଟି ପରୋକ୍ଷରେ ଆଭ୍ୟନ୍ତରୀଣ ବିଜେଡି କନ୍ଦଳ ଆଡକୁ ମୁହାଁଇଲାଣି । ଯେଉଁ ବ୍ୟକ୍ତିଙ୍କ ନାମରେ ଅନୁଭବ ଥାନାକୁ ଯାଇଛନ୍ତି, ସେ ଆଜି ଗଣମାଧ୍ୟମରେ ରଖିଥିବା ବୟାନ ଏମିତି ସଙ୍କେତ ଦେଉଛି ।
ପୁଲିସ ଡାକରା ପାଇ ଥାନାରେ ହାଜର ହେବା ପରେ ମଞ୍ଜିତ କହିଛନ୍ତି, ଅନୁଭବଙ୍କୁ ରାଜନୀତିରେ ଅନେକ କିଛି ଶିଖିବାକୁ ପଡିବ । ଅନୁଭବ ପୂର୍ବରୁ ରାଜ୍ୟସଭା ସାଂସଦ ଥିଲେ । ଏବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେ ସୁପରଷ୍ଟାରକିନ୍ତୁ ଦଳ ପିଲାଙ୍କୁ ନେଇ କେମିତି ଚାଲିବାକୁ ପଡିବ, ସେ ଶିଖିବା କଥା । ସେ କ୍ଷମତାର ଦୁରୁପଯୋଗ କରୁଛନ୍ତି ଓ ତାଙ୍କର ପଲଟିକାଲ କ୍ୟାରିଅର ଖତମ୍ କରିଦେବେ ବୋଲି ଧମକ ଦେଇଛନ୍ତି । ପୁଲିସ ଉପରେ ମୋର ବିଶ୍ୱାସ ଅଛି । ମୁଁ ଥାନାରେ ଏତଲା ଦେଇ ବିଜେଡିର ମାନ ସମ୍ମାନ ହାନି କରିବାକୁ ଚାହୁଁନାହିଁ ବୋଲି ମଞ୍ଜିତ ଆଜି କହିଛନ୍ତି ।
ମଞ୍ଜିତଙ୍କର ଏହି ବୟାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହେଲାଣି । ଅନୁଭବ ଆଜି ମଞ୍ଜିତ ଦେଇଥିବା ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
୩୦ ତାରିଖ ଦିନ ଅନୁଭବଙ୍କ ଟ୍ୱିଟ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଜଣାପଡିଥିଲା ଯେ ନନ୍ଦୀ ସାହିର ମଦନ କୁମାର ଆସଙ୍କୁ ୨୯ ତାରିଖ ରାତିରେ କେତେ ଜଣ ଯୁବକ ମାଡ଼ ମାରିଥିଲେ । ସାଂସଦଙ୍କ ଘର ସାମ୍ନାରେ ଏଭଳି ଘଟଣା ଘଟିଥିଲା । ପାଟିତୁଣ୍ଡ ଶୁଣି ସାଂସଦ ଘର ବାହାରକୁ ଆସିଥିଲେ । ହେଲେ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ । ସେ ଏ ସଂପର୍କରେ ପୁରୀ ଘାଟ ଥାନା ଆଇଆଇସି ରଶ୍ମୀରଂଜନ ସାହୁଙ୍କୁ ଖବର ଦେଇଥିଲେ । ପୁଲିସ ପହଞ୍ଚିବା ପରେ ସାଂସଦ ସମସ୍ତଙ୍କୁ ଗିରଫ କରିବାକୁ କହିଥିଲେ । ହେଲେ ତାଙ୍କୁ ଲିଖିତ ଅଭିଯୋଗ କରିବାକୁ କୁହାଯାଇଥିଲା ବୋଲି ପୁଲିସ ଗଣମାଧ୍ୟମକୁ କହିଛି । ଆଉ ଏହାର କିଛି ଘଣ୍ଟା ପରେ ସାଂସଦଙ୍କ ଟ୍ୱିଟ୍କୁ ନେଇ ଚର୍ଚ୍ଚା ହୋଇଥିଲା ।
ସେପଟେ ମଦନ କରିଥିବା ଅଭିଯୋଗ ଅନୁଯାୟୀ, ମଞ୍ଜିତ, ମାନସ ଦତ୍ତ, ଚନ୍ଦନ ବେହେରା, ଦୀପଙ୍କର ସେନ ପ୍ରମୁଖ ତାଙ୍କୁ ଗାଳିଗୁଲଜ କରିଥିଲେ ଓ ତାଙ୍କ ସୁନା ଚେନ୍ ଛଡାଇ ନେଇଥିଲେ ।
ପ୍ରମୁଖ ଖବର
ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା