ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ପହିଲାରୁ ଟ୍ବିନ ସିଟିରେ ଗଡିବନି ଭାରୀଯାନ

0

କଟକ; ଜାନୁଆରୀ ପହିଲାରୁ ଟ୍ବିନ ସିଟିରେ ଭାରୀଯାନ ଗଡ଼ିବା ଉପରେ ଲାଗିଲା କଟକଣା । ଏହି କଟକଣା ଆସନ୍ତା ୧୨ ତାରିଖ ଯାଏଁ ବଳବତ୍ତର ରହିବ । ସୂଚନା ଅନୁଯାୟୀ, ପୁରୁଷ ହକି ବିଶ୍ୱ କପ୍ ୨୦୨୩ର ଉଦଘାଟନୀ ସମାରୋହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ ।

ପ୍ରଶାସନ ପକ୍ଷରୁ କୁହାଯାଇଛି କି, କଟକ ସୀମାରେ ଭାରୀଯାନ ଚଳାଚଳ ଯଥା, ଟ୍ରକ ଟିପ୍ପର, ଟ୍ରାକ୍ଟର ମାଧ୍ୟମରେ ଲଘୁ ଖଣିଜ ପରିବହନ ଉପରେ ରୋକ୍ ଲଗାଯାଇଛି । କଟକ ସହର ସୀମାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପହିଲାରୁ ଜାନୁଆରୀ ୧୨ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ ।

ଆସନ୍ତା ୧୧ ତାରିଖରେ ବାରବାଟି ଷ୍ଟାଡିୟମରେ ହକି ବିଶ୍ୱ କପର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଉଦଘାଟନୀ ସମାରୋହକୁ ଆସୁଥିବା ଅତିଥି ଓ ଦର୍ଶକ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯାତାୟାତ ସୁବିଧା ଦୃଷ୍ଟିରୁ ଏହି କଟକଣା ଲାଗୁ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

Leave A Reply

Your email address will not be published.