ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଛୁଆକୁ ମାରିବା ପରେ ମା’ର ଆତ୍ମହତ୍ୟା

0

କଟକ: ଦୁଇ ବର୍ଷର ଛୁଆକୁ ତଣ୍ଟି ଚିପି ମାରିଲା ମା’ । ଛୁଆକୁ ମାରିବା ପରେ ମା କରିଛି ଆତ୍ମହତ୍ୟା । ଘଟଣାରେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରହିଛି । ତେବେ ଜଣେ ମା’ ଏଭଳି ଚରମ ପଦକ୍ଷେପ କାହିଁକି ନେଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ମହିଳା ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ସ୍ତ୍ରୀ ବୋଲି ଜଣାପଡିଛି। ନିଜ ୩ ବର୍ଷର ଛୁଆକୁ ତଣ୍ଟି ଚିପି ମାରିଦେବା ପରେ ମା ବେକରେ ଶାଢ଼ୀ ଦେଇ ଝୁଲିପଡିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଘଟଣା ପଛର କାରଣ ଜଣାପଡିନାହିଁ । ମହିଳାଙ୍କ ସ୍ବାମୀ ସାଲେପୁରର ସନ୍ତୋଷ ଖୁଣ୍ଟିଆ।

ମୃତ ମହିଳା ଜଣକ ସନ୍ତୋଷଙ୍କ ଦ୍ବିତୀୟ ପତ୍ନୀ ଓ ପିଲାଟି ପ୍ରଥମ ପତ୍ନୀଙ୍କର ପୁଅ। ପ୍ରସବ ପରେ ହିଁ ସନ୍ତୋଷଙ୍କ ପ୍ରଥମ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପିଲାଟିକୁ ତାର ମାମୁଁଘର ଲୋକେ ନେଇ ଯାଇଥିଲେ। ତେବେ ସନ୍ତୋଷଙ୍କ ଦ୍ବିତୀୟ ବିବାହ ପରେ ତାଙ୍କ ଦ୍ବିତୀୟ ପତ୍ନୀ ପିଲାଟିର ସବୁ ଦାୟିତ୍ବ ନେବାକୁ କହି ନିଜ ପାଖରେ ରଖିଥିଲେ। ମହିଳା ଜଣକ ପିଲାଟିକୁ ବହୁତ ଭଲ ପାଉଥିଲେ। କିନ୍ତୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ଲାଗି ରହୁଥିଲା। ଏପରିକି ଗତ ୨ଦିନ ତଳେ ପତି ପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଲାଗିଥିଲା ।

ତେବେ ମୃତ ମହିଳାଙ୍କ ସ୍ୱାମୀ ସନ୍ତୋଷ ସବୁବେଳେ ପତ୍ନୀଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ଏସବୁ ସହିନପାରି ସେ ଚରମ ପଦକ୍ଷେପ ନେଇଥିବା ପରିବାର ଲୋକେ କହିଛନ୍ତି । ସେପଟେ ବୋହୂ ସବୁବେଳେ ପୁଅ ସହ କଳି କରୁଥିବା ସନ୍ତୋଷଙ୍କ ବାପା ମାଆ କହିଛନ୍ତି ।

Leave A Reply

Your email address will not be published.