ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ସିବିଆଇ ଜାଲରେ ପ୍ରମୋଦ ଜେନା

0

ଭୁବନେଶ୍ବର; ପୁଣି ସିବିଆଇ ଜାଲରେ ଫସିଲେ ଅବସରପ୍ରାପ୍ତ ଅଧିକାରୀ। ଅବସରପ୍ରାପ୍ତ ଆଇଆରଟିଏସ୍ ଅଧିକାରୀ ପ୍ରମୋଦ ଜେନାଙ୍କ ଘରେ ସିବିଆଇ ରେଡ୍ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ଦାଏର କରିଛି ସିବିଆଇ । ପ୍ରମୋଦଙ୍କ ଘରୁ ମିଳିଲା ନଗଦ ୧କୋଟି ୫୭ ଲକ୍ଷ ଟଙ୍କା ଓ ୧୭ କେଜି ସୁନା ଗହଣା । କେବଳ ବ୍ୟାଙ୍କ ଡିପୋଜିଟରୁ ମିଳିଲା ଅଢେଇ କୋଟି ଟଙ୍କା।

ଏହାଛଡା, ପ୍ରମୋଦ ନିଜ ସମ୍ପର୍କୀୟଙ୍କ ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି କରିଥିବା ଜଣାପଡିଛି । ଭୁବନେଶ୍ୱରରେ ଥିବା ଜମିବାଡିକୁ ନେଇ ସିବିଆଇ କୋଳତାଡ ଜାରି ରଖିଛି । ଏଠାରେ ପ୍ରମୋଦଙ୍କ ନାଁରେ ଥିବା ବିଳାସପୂର୍ଣ୍ଣ ଫ୍ଲାଟ୍, ଘର ଓ ଜମିଜମାର ଛାନବିନ୍ ଆରମ୍ଭ ହୋଇଛି । ଗତ ୪ ତାରିଖରୁ ରେଡ ଆରମ୍ଭ ହୋଇଥିବାବେଳେ ଭୁବନେଶ୍ୱର ସମେତ କଟକ ଓ ଜଗତସିଂପୁରର ୪ଟି ସ୍ଥାନରେ ୫ଟି ଟିମର ରେଡ୍ ହୋଇଛି ।

Leave A Reply

Your email address will not be published.