ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ

0

ଭୁବନେଶ୍ୱର, ବିଶିଷ୍ଟ ଗବେଷକ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସୋଆର ପୂର୍ବତନ ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଂଟ) ଭାବେ କାର୍ଯ୍ୟ ତୁଲାଇଥିବା ପ୍ରଫେସର ନନ୍ଦ କୁଳପତି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ବିଶ୍ୱବିଦ୍ୟାଳୟର ଉପ- କୁଳପତି ଭାବେ କାର୍ଯ୍ୟରତ ଥିଲେ ।

ପ୍ରଫେସର ନନ୍ଦ ୧୯୮୪ ମସିହାରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ପୂର୍ବତନ ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂ)ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ପ୍ରଥମ ଶ୍ରେଣୀ (ଅନର୍ସ)ରେ ସ୍ନାତକ ହାସଲ କରିଥିବା ବେଳେ ୧୯୮୯ରେ ରାଉରକେଲା ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ଟେ କ୍ନୋଲୋଜି (ଏନ୍‌ଆଇଟି)ରୁ ଇଲେକ୍ଟ୍ରୋନିକ୍‌ସ ସିଷ୍ଟମ୍‌ସ ଆଣ୍ଡ କମ୍ୟୁନିକେସନ୍‌ରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିଲେ । ସେ ୧୯୯୬ରେ ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ଭିଜନ୍‌ରେ ପିଏଚ୍‌ଡି କରିଥିଲେ ।

୧୯୮୬ରେ ସେ ଏନ୍‌ଆଇଟି ରାଉରକେଲାରେ ଫ୍ୟାକଲ୍ଟି ଭାବେ ଯୋଗ ଦେଇଥିବା ବେଳେ ପରବର୍ତୀ କାଳରେ ସେଠାରେ ତାଙ୍କ ବିଭାଗରେ ପ୍ରଫେସର ଏବଂ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୯ରେ ସେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଯୋଗ ଦେଇଥିଲେ । ଏନ୍‌ଆଇଟି ରାଉରକେଲାରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଲାବୋରାଟୋରୀ ଆରମ୍ଭ କରିବା ସହ ସେଂଟର ଅଫ୍ ଏକ୍ସଲେନ୍ସ ଅନ୍ ଇଣ୍ଡଷ୍ଟ୍ରିଆଲ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ରୋବୋଟିକ୍ସର ପ୍ରିନ୍ସିପାଲ୍ ଇନଭେଷ୍ଟିଗେଟର ଭାବେ କାର୍ଯ୍ୟ ତୁଲାଇଥିଲେ ।

ପ୍ରଫେସର ନନ୍ଦ ଇମେଜ୍ ପ୍ରୋସେସିଂ ଆଣ୍ଡ ଆନାଲିସିସ୍‌, ବାୟୋମେଡିକାଲ୍ ଇମେଜ ଆନାଲିସିସ୍‌, ଭିଡିଓ ଟ୍ରାକିଂ, କମ୍ପ୍ୟୁଟର ଭିଜନ୍‌, ସଫ୍ଟ କମ୍ପ୍ୟୁଟିଂ ଆଣ୍ଡ ଇଟ୍ସ ଆପ୍ଲିକେସନ୍ ଓ ଆଡ-ହକ୍ ୱେୟାରଲେସ୍ ସେନ୍ସର ନେଟୱର୍କ୍ସ କ୍ଷେତ୍ରରେ ଅନେକ ଗବେଷଣା କରିଛନ୍ତି । ବର୍ତମାନ ସେ ସୋଆର ଇମେଜ୍ ଆଣ୍ଡ ଭିଡିଓ ଆନାଲିସିସ୍ ଲାବୋରାଟୋରୀର ଗବେଷଣା କାର୍ଯ୍ୟର ତତ୍ୱାବଧାନ କରୁଛନ୍ତି ।

ପ୍ରଫେସର ନନ୍ଦ ଏନ୍‌ବିଏ ଓ ଡିଆର୍‌ଡିଓ ମନୋନୟନ କମିଟରେ ବିଶେଷଜ୍ଞ ସଦସ୍ୟ ଭାବେ କାର୍ଯ୍ୟ ତୁଲାଇଛନ୍ତି । ଏହାଛଡା ତାଙ୍କର ବିଭିନ୍ନ ଜର୍ନାଲ ଏବଂ କନ୍‌ଫରେନ୍ସ ପ୍ରୋସିଡିଂସରେ ୧୦୩ଟି ସନ୍ଦର୍ଭ ପ୍ରକାଶିତ ହୋଇଥିବା ବେଳେ ଗବେଷଣା ସମ୍ବନ୍ଧୀୟ ସେ ତିନୋଟି ପୁସ୍ତକ ରଚନା କରିଛନ୍ତି । ଶୈକ୍ଷିକ କାର୍ଯ୍ୟକ୍ରମକୁ ନେଇ ସେ ୟୁକେ, ୟୁଏସ୍‌ଏ ଏବଂ ମାଲେସିଆ ପରିଦର୍ଶନ କରିଛନ୍ତି ।

Leave A Reply

Your email address will not be published.