ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଘୋଷଣା ହେବ ଗଗନଯାନ ମିଶନ ପାଇଁ ୪ ପାଇଲଟଙ୍କ ନାମ

0

ନ୍ୟୁଜ ବ୍ୟୁରୋ: ଆଜି ଇସ୍ରୋର ବହୁ ପ୍ରତୀକ୍ଷିତ ଗଗନଯାନ ମିଶନ ପାଇଁ ତାଲିମ ନେଉଥିବା ୪ ପାଇଲଟଙ୍କ ନାମ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କେରଳର ବିକ୍ରମ ସାରାଭାଇ ସ୍ପେଶ ସେଂଟର ପରିଦର୍ଶନ କରିବା ସହ ଗଗନଯାନ ମିଶନ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିବେ ପିଏମ ମୋଦୀ । ଏଥି ସହିତ ଇସ୍ରୋର ୩ଟି ନୂଆ ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ମହାକାଶ ଅଭିଯାନର ସମୀକ୍ଷା ପାଇଁ ଆଜି କେରଳ ଥିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚୟନ ହୋଇଥିବା ୪ ପାଇଲଟଙ୍କୁ ଆଷ୍ଟ୍ରୋନଟ୍ ୱିଙ୍ଗରେ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ୧୮ଶହ କୋଟି ଟଙ୍କାର ୩ଟି ମହାକାଶ ଗବେଷଣା ସମ୍ପର୍କିତ ଭିତ୍ତିଭୂମି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେଗୁଡ଼ିକ ହେଲା ଶ୍ରୀହରିକୋଟାରେ PSLV ଇଣ୍ଟିଗ୍ରେସନ ଫ୍ୟାସିଲିଟି, ମହେନ୍ଦ୍ରଗିରିରେ ସେମି-କ୍ରାୟୋଜେନିକ  ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଆଣ୍ଡ୍ ଷ୍ଟେଜ୍ ଟେଷ୍ଟ୍ ଫ୍ୟାସିଲିଟି ଏବଂ ଥିରୁଅନନ୍ତପୁରମରେ ଟ୍ରାଇସୋନିକ ୱିଣ୍ଡ୍ ଟନେଲ୍।

Leave A Reply

Your email address will not be published.