ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ସମ୍ବଲପୁର ରେଳ ଫ୍ଲାଏଓଭର ପାଇଁ ୨୮୮.୬୧ କୋଟି ଟଙ୍କା ମଞ୍ଜୁରୀ

0

ସମ୍ବଲପୁର: ସମ୍ବଲପୁର ଷ୍ଟେସନରୁ ସମ୍ବଲପୁର ସିଟି ଷ୍ଟେସନକୁ ରେଳ ଚଳାଚଳ କ୍ଷେତ୍ରରେ ପ୍ରତିବନ୍ଧକ ଦୂର କରିବା ଉଦେଶ୍ୟରେ ୮ .୧୦ କିଲୋମିଟର ଦୂରତା ବିଶିଷ୍ଟ ଏକ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ୨୮୮.୬୧ କୋଟି ଟଙ୍କା ମଞ୍ଜୁର କରିଛି।

ଏହି ପ୍ରକଳ୍ପ ଟିଟିଲାଗଡ, ଝାରସୁଗୁଡା, ଏବଂ ଅନୁଗୁଳ ପାର୍ଶ୍ୱକୁ ଯାତ୍ରୀବାହୀ ଟ୍ରେନର ସୁଗମ ଚଳାଚଳ କ୍ଷେତ୍ରରେ ସହଜ କରିବ। ସମ୍ପ୍ରତି, ଝାରସୁଗୁଡା, ଟିଟିଲାଗଡ ଏବଂ ଅନୁଗୁଳ ପାର୍ଶ୍ୱରୁ ସମ୍ବଲପୁର ଷ୍ଟେସନକୁ ଆସୁଥିବା ଟ୍ରେନ ଗୁଡିକ କ୍ରସ୍ ଟ୍ରାଫିକ୍ ସମସ୍ୟା ଯୋଗୁଁ ସମ୍ବଲପୁର ଜଙ୍କସନ ଏବଂ ସମ୍ବଲପୁର ସିଟି ଷ୍ଟେସନରେ ନିୟନ୍ତ୍ରଣ କରାଯାଇଥାଏ, ଯାହାଦ୍ୱାରା ଟ୍ରେନ ଚଳାଚଳ କ୍ଷେତ୍ରରେ ବିଳମ୍ବ ଏବଂ କାର୍ଯ୍ୟକ୍ଷମ ଅପାରଗତାକୁ ଦର୍ଶାଇଥାଏ। ରେଳ କ୍ରସିଂ ଟ୍ରାଫିକ୍ ସମସ୍ୟାକୁ ଏହି ରେଳ ଫ୍ଲାଏ ଓଭର ନିର୍ମାଣ ବର୍ତ୍ତମାନର ଟ୍ରେନ ଚଳାଚଳ ସମସ୍ୟାର ସମାଧାନ କରିବ ଯାହା ଭୂପୃଷ୍ଠ କ୍ରସିଂ ବିନା ଏକକାଳୀନ ସମସ୍ତ ପାର୍ଶ୍ୱକୁ ଟ୍ରେନ୍ ଚଳାଚଳକୁ ସକ୍ଷମ କରିବ, ଯାହାଦ୍ୱାରା ବର୍ତ୍ତମାନର ପ୍ରତିବନ୍ଧକକୁ ଏଡାଇ ଦିଆଯାଇ ପାରିବ ଏବଂ ଏହି ଅଞ୍ଚଳରେ ଟ୍ରେନ୍ କାର୍ଯ୍ୟକ୍ଷମତା ବୃଦ୍ଧି କରାଯାଇପାରିବ।

Leave A Reply

Your email address will not be published.