ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ସର୍ବଭାରତୀୟ ଭାରୋତ୍ତୋଳନରେ ଗୋଲ୍ଡ ମେଡାଲ ହାସଲ କଲେ ଓଡ଼ିଆ ପୁଅ ରୋହିତ

0

ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ଓଡ଼ିଆ ପୁଅ ନିଜର କମାଲ ଦେଖାଇଛନ୍ତି। ଜାତୀୟସ୍ତରୀୟ ଭାରୋତ୍ତୋଳନରେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି ରାଉରକେଲାର ୧୭ ବର୍ଷୀୟ ରୋହିତ ରାଜ ଭଟ୍ଟ। ଦିଲ୍ଲୀରେ ଆୟୋଜିତ ଜାତୀୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ଜିତିଛନ୍ତି ରୋହିତ। ଦିଲ୍ଲୀ ଠାରେ ଇଣ୍ଡିଆନ ପାୱାର-ଲିଫ୍ଟିଙ୍ଗ୍‌ ଫେଡେରେସନ ପକ୍ଷରୁ ଜାତୀୟସ୍ତରୀୟ ପାୱାରଲିଫ୍ଟ ଚମ୍ପିଆନସିପ୍‌ ଆୟୋଜନ ହୋଇଥିଲା। ଏଥିରେ ଉପକନିଷ୍ଠ ବର୍ଗରେ ୭୪ କେଜି କାଟାଗୋରୀରେ ଭାଗ ନେଇ ରୋହିତ ରାଜ ଭଟ୍ଟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଯାହାକୁ ନେଇ ରୋହିତ ଓ ପରିବାର ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ।

ତେବେ ଗୋଲ୍ଡ ମେଡାଲକୁ ନିଜ ପରିବାର ବର୍ଗଙ୍କୁ ଉତ୍ସର୍ଗ କରିଛନ୍ତି ରୋହିତ। ଏହି ସଫଳତାର ଶ୍ରେୟ ସେ ନିଜ ବାପା ଏବଂ ମାଆଙ୍କୁ ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ଥର ପାଇଁ ଜାତୀୟସ୍ତରରେ ଖେଳିଲି ଏବଂ ପାୱାରଲିଫ୍ଟ ଏବଂ ଡେଡ୍‌ଲିଫ୍ଟରେ ଭଲ ପ୍ରଦର୍ଶନ କରିଥିବାରୁ ଗୋଲ୍ଡ ମେଡାଲ ପାଇଛି। ଖେଳ ପ୍ରଦର୍ଶନ କରିବା ଆଗରୁ ଟିକିଏ ନର୍ଭସ ଥିଲି। କିନ୍ତୁ ମନକୁ ଶାନ୍ତ ରଖି ଭଲ ପ୍ରଦର୍ଶନ କରିଥିଲି ଏବଂ ଯେହେତୁ ଟ୍ରେନିଂ ଭଲ ହୋଇଥିଲା ଏବଂ ଡାଏଟ ସହ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଭଲ କରିଥିଲି, ତେଣୁ ଭଲ ପ୍ରଦର୍ଶନ ହେଲା। ମୋ ସହ ଉତ୍ତରପ୍ରଦେଶ ପ୍ରତିଯୋଗୀଙ୍କର କଡ଼ା ଫାଇଟ ହୋଇଥିଲା। ତାଙ୍କୁ ହରାଇ ମୁଁ ଗୋଲ୍ଡ ମେଡାଲ ଜିତିବା ପରେ ବେଶ ଖୁସି ଲାଗୁଛି।

Leave A Reply

Your email address will not be published.