ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଆର୍‌. ସନ୍ଥଗୋପାଳନ ହେଲେ ରାଜ୍ୟର ନୂଆ ସିଇଓ

0

ଭୁବନେଶ୍ବର: ରାଜ୍ୟର ନୂଆ ସିଇଓ ହେଲେ ଆଇଏଏସ ଅଫିସର ଆର୍‌ ସନ୍ଥଗୋପାଳନ। ୨୦୦୧ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍‌ ହେଉଛନ୍ତି ସନ୍ଥଗୋପାଳନ। ସନ୍ଥଗୋପାଳନଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ଭାବରେ ଇସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଇସିଆଇ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି।

ପୂର୍ବରୁ ସିଇଓ ଥିବା ନିକୁଞ୍ଜବିହାରୀ ଧଳଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ମିଳିବା ପରେ ସିଇଓ ପଦବୀ ଖାଲି ପଡିଥିଲା। କିଏ ନୂଆ ସିଇଓ ହେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଆଉ ଶେଷରେ ୨୦୦୧ ବ୍ୟାଚର ଆଇଏଏସ୍ ଅଫିସର ଆର.ସନ୍ଥଗୋପାଳନଙ୍କୁ ନିଯୁକ୍ତ କରାଯାଇଛି।

Leave A Reply

Your email address will not be published.